Posted inଜାତୀୟ

ଏନ୍‌ଡିଏରୁ ଓହରନ୍ତୁ ନୀତୀଶ

ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍‌ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ ରାଜରାସ୍ତାରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଜେପିଏନ୍‌ଆଇସି ଅଖିଳେଶ ଯାଦବ ସରକାରଙ୍କ ଅମଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। କିନ୍ତୁ ଏହାର ନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ସରକାର ଏହାର ତଦନ୍ତ କରୁଛନ୍ତି। ଶୁକ୍ରବାର ସକାଳେ ଏସ୍‌ପି କର୍ମୀମାନେ ଅଖିଳେଶଙ୍କ ବାସଭବନ ବାହାରରେ ଏକତ୍ରିତ ହୋଇଥିଲେ। ଅଖିଳେଶ ନିଜ ସମର୍ଥକମାନଙ୍କ ସହ ଏକ ଗାଡ଼ିରେ ଜେପିଏନ୍‌ଆଇସି ଅଭିମୁଖେ ବାହାରିଥିବାବେଳେ ପୋଲିସ ବିକ୍ରମାଦିତ୍ୟ ମାର୍ଗସ୍ଥିତ ତାଙ୍କ ବାସଭବନ ନିକଟରେ ବ୍ୟାରିକେଡ୍‌ କରିଥିଲା। ସମାଜବାଦୀମାନଙ୍କୁ ଜେପିଙ୍କ ଜନ୍ମଦିନରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାରୁ ନିବୃତ୍ତ ରଖିବାରୁ ଭାଜପା ଏପରି କରିଥିବା ଅଖିଳେଶ ସମାଲୋଚନା କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଅଖିଳେଶ ଜେପିଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇଥିଲେ। ଏହି ଅବସରରେ ସେ ସମର୍ଥକଙ୍କୁ ସମ୍ବୋଧିତ କରି କହିଥିଲେ, ଜେପିଏନ୍‌ଆଇସି ମ୍ୟୁଜିୟମ୍‌କୁ ଯିବାବେଳେ ଭାଜପା ସରକାର ଆମକୁ କାହିଁକି ଅଟକାଉଛି ତାହାର କାରଣ ଜଣାନାହିଁ। ଭାଜପା ସରକାରର ଏହା ପ୍ରଥମ ବ୍ଲକେଡ୍‌ ନୁହେଁ। ସମସ୍ତ ଭଲ କାମରେ ଭାଜପା ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଆଜି ଆମେ ରାସ୍ତା ଉପରେ ଛିଡ଼ାହୋଇ ଜେପିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ପାର୍ବଣ ଦିନ ହୋଇ ନ ଥିଲେ ବାଉଁଶ ବ୍ୟାରିକେଡ୍‌ କର୍ମୀମାନଙ୍କୁ ଅଟକାଇପାରି ନ ଥାନ୍ତା। ଜେଡିୟୁ ଜେପି ଆନ୍ଦୋଳନରୁ ସୃଷ୍ଟି ହୋଇଥିବାରୁ ଭାଜପାର ଏଭଳି କାର୍ଯ୍ୟକୁ ବିରୋଧ କରି ଏନ୍‌ଡିଏରୁ ସମର୍ଥନ ପ୍ରତ୍ୟାହାର ଉଚିତ। ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ଛୁଇଁ ନ ପାରି ୨୪୦ ଆସନରେ ସୀମିତ ହୋଇଯାଇଥିଲା। ଫଳରେ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁର ୧୨ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୧୬ ଏମ୍‌ପିଙ୍କୁ ନେଇ ତୃତୀୟ ଥର କ୍ଷମତାକୁ ଫେରିଥିଲା। ଏହି ପରିପ୍ରେକ୍ଷୀରେ ଅଖିଳେଶ କହିଛନ୍ତି, ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆନ୍ଦୋଳନ କରିଥିବା ଜେପିଙ୍କ ଅବଦାନକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଝନ୍ତି ନାହିଁ। ନୀତୀଶ ସେହି ଆନ୍ଦୋଳନରେ ସାମିଲ ଥିଲେ। ତେଣୁ ନୀତୀଶ ବର୍ତ୍ତମାନ ଏନ୍‌ଡିଏରୁ ଓହରିଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri