ପାଟନା, ୩୧ା୧୨: ଦୁଇବର୍ଷ ପରେ ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଶୁକ୍ରବାର ବିହାରର ମହାବୋଧି ମନ୍ଦିର ଦର୍ଶନ କରିଛନ୍ତି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସେ ସାକ୍ଷାତ୍ କରିଛନ୍ତି। ଅପରାହ୍ନ ପ୍ରାୟ ୧୨ଟା ୪୦ ମିନିଟରେ ନୀତୀଶ କୁମାର ନୋବେଲ ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ ଭେଟିବା ପାଇଁ ସେ ବିଶ୍ରାମ ନେଇଥିବା ବୌଦ୍ଧ ମଠରେ ପହଞ୍ଚିଥିଲେ। ସେଠାରେ ଅଧଘଣ୍ଟା ରହିବା ପରେ ମହାବୋଧି ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ମନ୍ଦିରରେ ପ୍ରାର୍ଥନା ପରେ ପରିସରରେ ଥିବା ବୋଧି ଗଛ ମୂଳରେ ନୀତୀଶ କୁମାର କିଛି ସମୟ ବିତାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ମନ୍ଦିରକୁ ଭକ୍ତଙ୍କ ସମାଗମ ବନ୍ଦ ଥିବାବେଳେ ସଂକ୍ରମଣ କମିବା ପରେ ପୁଣିଥରେ ଭକ୍ତଙ୍କ ଆଗମନ ହୋଇଛି। ରାଜ୍ୟରେ ବୁଦ୍ଧଙ୍କର ଏକ ସଂଗ୍ରହାଳୟ ତିଆରି ଚାଲିଛି। ଦଲାଇ ଲାମା ଏହାକୁ ଉଦ୍ଘାଟନ କରିବେ ବୋଲ ନୀତୀଶ କହିଛନ୍ତି।