Posted inଜାତୀୟ

୨୮ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭାଜପା ପଦ୍ମରେ ରଙ୍ଗ ଦେଲେ ନୀତୀଶ…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି ।ଚଳିତ ଇସ୍ଥାପାକୁ ମିଶାଇ ସେ ୮ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି। ଏବେ ନବମ ଥର ପାଇଁ ପୁଣି ଶପଥ ନେବେ। ଗତ ୨୮ ବର୍ଷ ମଧ୍ୟରେ ସେ ତୃତୀୟ ଥର ପାଇଁ ଭାଜପା ଶିବିର ମୁହାଁ ହୋଇଛନ୍ତି। ଏହା ସହିତ ସେ ଭାଜପା ପଦ୍ମରେ ରଙ୍ଗ ଦେଇଛନ୍ତି।

୩ ମାର୍ଚ୍ଚ ୨୦୦୦ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତଥାପି, ସଂଖ୍ୟାଗରିଷ୍ଠତା ସଂଗ୍ରହ କରି ନ ଥିବାରୁ ତାଙ୍କୁ ୧୦ ମାର୍ଚ୍ଚ ୨୦୦୦ ରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଲା।
୨୦୦୫ ରେ ବିହାରରେ ଅନୁଷ୍ଠିତ ନିର୍ବାଚନରେ ନୀତୀଶ ଦ୍ୱିତୀୟ ଥର ପାଇଁ ଭାଜପା ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୧୦ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ନୀତୀଶ ପୁଣି ଥରେ ସିଏମ ହୋଇଥିଲେ। ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ଦଳର ପ୍ରଦର୍ଶନ ଭଲ ନ ଥିବାରୁ ସେ ସିଏମ ପଦରୁ ଇସ୍ତଫା ଦେଇଥିଲେ। ଏହି ସମୟ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦକୁ ଜିତନ ରାମ ମ ାଂଝୀଙ୍କୁ ଦେଇଥିଲେ। ଅବଶ୍ୟ, ଯେତେବେଳେ ୨୦୧୫ ରେ ପାର୍ଟିରେ ଆଭ୍ୟନ୍ତରୀଣ କଳହ ଆରମ୍ଭ ହୋଇଥିଲା, ନୀତୀଶ ମ ାଂଝୀଙ୍କୁ ହଟାଇ ପୁଣି ଥରେ ସିଏମ ପଦ ଗ୍ରହଣ କରିଥିଲେ।
୨୦୧୫ବିଧାନସଭା ନିର୍ବାଚନରେ ଏନଡିଏ ବିରୋଧରେ ଗ୍ରାଣ୍ଡ ଆଲାଇନ୍ସ (ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ) ର ବିଜୟ ପରେ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପଞ୍ଚମ ଥର ଥିଲା ନୀତୀଶ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ।
ଡେପୁଟି ସିଏମ ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପରେ ନୀତୀଶ କୁମାର ଗ୍ରାଣ୍ଡ ଆଲାଇନ୍ସରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ଜୁଲାଇ ୨୦୧୭ ରେ ଏହି ପଦରୁ ଇସ୍ତଫା ଦେଇଥିଲେ ଏବଂ ପୁଣି ଥରେ ଏନଡିଏରେ ଯୋଗ ଦେଇ ସିଏମ ପଦ ଗ୍ରହଣ କରିଥିଲେ।
୨୦୨୦ ବିଧାନସଭା ନିର୍ବାଚନରେ ଏନଡିଏ ମିଳିତ ମଞ୍ଚ ଜିତିଛି। ତେବେ ଭାଜପା ତୁଳନାରେ ଜେଡିୟୁ ଆସନ ଯଥେଷ୍ଟ ହ୍ରାସ ପାଇଥିଲା। ଏହା ସତ୍ତ୍ୱେ ନୀତୀଶ କୁମାର ସିଏମ ଭାବେ ଶପଥ ଗ୍ରହଣ କରିଥିଲେ।
୨୦୨୨ରେ ଏନଡିଏରୁ ଅଲଗା ହେବାର ଘୋଷଣା ପରେ ନୀତୀଶ କୁମାର ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ ଯୋଗଦେବାକୁ ଘୋଷଣା କରିଥିଲେ। ଏହା ସହ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବେ ୨୮ ଜାନୁଆରୀ ୨୦୨୪ ରେ, ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

୧୯୯୬ ରେ ନୀତୀଶ ପ୍ରଥମ ଥର ପାଇଁ ଭାଜପା ସହ ମେଣ୍ଟ କରିଥିଲେ। ୩ ମାର୍ଚ୍ଚ ୨୦୦୦ ରେ ସିଏମ ହୋଇଥିଲେ, କିନ୍ତୁ ସଂଖ୍ୟାଗରିଷ୍ଠତା ସଂଗ୍ରହ କରି ନ ଥିବାରୁ ସେ ଏହି ପଦ ଛାଡି ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ।
୧୯୯୬ ରୁ ୨୦୧୩ ପର୍ଯ୍ୟନ୍ତ ନୀତୀଶ ଭାଜପା ସହିତ ଥିଲେ। ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ ଭାଜପା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲା, ସେତେବେଳେ ସେ ଏନଡିଏଠାରୁ ଅଲଗା ହୋଇଥିଲେ। ୨୦୧୫ ରେ ଗ୍ରାଣ୍ଡ ଆଲାଇନ୍ସ ସରକାରରେ ସିଏମ ଥିଲେ। ଦ୍ୱିତୀୟ ଥର ପାଇଁ ସେ ୨୦୧୭ରେ ଏନଡିଏକୁ ଫେରି ଭାଜପା ସହାୟତାରେ ସରକାର ଗଠନ କରିଥିଲେ।
ବର୍ତ୍ତମାନ ୨୦୨୪ ରେ ସେ ଭାଜପା ସହାୟତାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୨୮ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭାଜପାରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri