Posted inଖେଳ

ଆଇପିଏଲ୍‌ରେ ବିରାଟଙ୍କୁ ଗାଳି ଦେଇଥିଲେ ନୀତିଶ ରାଣା: ହେଲେ ନିଜ ବ୍ୟାଟ୍‌ ଉପହାର ଦେଇ ଚମକାଇ ଦେଇଥିଲେ ଆର୍‌ସିବି ଅଧିନାୟକ..

ନୂଆଦିଲ୍ଲୀ,୧୦।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଏହାର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ କିଛି ନା କିଛି ବିବାଦ ମୁଣ୍ଡଟେକିବାର ନଜିର ରହିଛି। ସେହିଭଳି ଗୋଟିଏ ହେଲା ୧୧ତମ ସିଜନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଖେଳାଳି ନୀତିଶ ରାଣା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ସେ ଲଗାତାର ଦୁଇଟି ବଲ୍‌ରେ ବିରାଟ କୋହଲୀ ଏବଂ ଏବି ଡିଭିଲିୟର୍ସଙ୍କୁ ଆଉଟ୍‌ କରିଦେଇଥିଲେ।

କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଏହି ମ୍ୟାଚ୍‌ ଖେଳାଯାଉଥିଲା। କୋଲକାତା ଟିମ୍‌ ବୋଲିଂ କରୁଥିବା ବେଳେ ଆର୍‌ସିବି ବ୍ୟାଟିଂ କରୁଥିଲା। ୧୫ତମ ଓଭରରେ ନୀତିଶ ରାଣା ଆସି ଏବି ଡିଭିଲିୟର୍ସଙ୍କୁ ପ୍ରଥମ ବଲ୍‌ରେ ଆଉଟ୍‌ କରିଦେଇଥିଲେ। ଏହାପରେ ଆସିଥିବା ବିରାଟଙ୍କୁ ମଧ୍ୟ ସମାନ ଭାବେ ସେ ଆଉଟ୍‌ କରିଦେଇଥିଲେ। ଅତିଥି ବୋଲର୍‌ ଭାବେ ଏହା ତାଙ୍କପାଇଁ ବଡ ସଫଳତା ଥିଲା। ସେ ଏତେ ଖୁସି ହୋଇଯାଇଥିଲେ ଯେ ବିରାଟଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ। ଏହା ଆର୍‌ସିବି ଅଧିନାୟକଙ୍କୁ ଭଲ ଲାଗି ନ ଥିଲା। ହେଲେ ସେ କିଛି କହି ନ ଥିଲେ।

ପରେ ବିରାଟ ନୀତିଶଙ୍କୁ ମ୍ୟାଚ୍‌ରେ ବ୍ୟବହାର କରିଥିବା ନିଜର ବ୍ୟାଟ୍‌ ଉପହାରରେ ଦେଇଥିଲେ। ଏହାକୁ ନୀତିଶ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଳୀ,୬।୧: ଜାନୁଆରୀ ୧୦ରୁ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଭାରତରେ କ୍ରିକେଟ ବୋର୍ଡ ଅଫ କ୍ରିକେଟ ଏହି ସିରିଜ ପାଇଁ...

ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌: ପ୍ରତିନିଧିତ୍ୱ କରି ଫେରିଲେ କନ୍ଧମାଳର ପ୍ରୀତମ ପ୍ରଧାନ

ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ।...

ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲିଆ ଅଧିନାୟକ: ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ସିଡନୀ,୬।୧: ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଏହି ବିଜୟ ସହିତ, ପ୍ୟାଟ କମିନ୍ସ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କ...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବର୍ଡର-ଗାଭାସ୍କର ଟ୍ରଫି ଶେଷ ହେବାମାତ୍ରେ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ଙ୍କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୨: ସିଡନୀରେ ଖେଳାଯାଇଥିବା ୨୦୨୫ର ପ୍ରଥମ ଟେଷ୍ଟରେ ପରାଜୟ ସହିତ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ହରାଇଲା। ବର୍ତ୍ତମାନ ଏହି ସିରିଜରେ ପରାଜୟ ପରେ...

ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଲା ଭାରତ,ଏବେ ଏହି ଟିମ୍‌ ମଧ୍ୟରେ… 

ନୂଆଦିଲ୍ଲୀ,୫।୧: ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି ଟିମ୍‌ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା...

ହାରିବା ପରେ ପ୍ରେସ କନଫରେନ୍ସରେ ପହଞ୍ଚିଲେ ଗମ୍ଭୀର, ଜାଣନ୍ତୁ କାହାକୁ କଲେ ଦୋଷାରୋପ

ନୂଆଦିଲ୍ଲୀ,୫।୧: ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆକୁ ୩-୧ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା ଯେଉଁଥିରେ...

ଜୋତାରେ କ’ଣ ‘ସ୍ୟାଣ୍ଡପେପର୍‌’ ଲୁଚାଇଥିଲେ ବୁମ୍‌ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…

ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍‌ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍‌ରାଙ୍କ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri