ମୁମ୍ବାଇ,୭।୪: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର ନୀତିଶ ରାଣା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ରେ ଲିବେଲ ୧ ନିୟମ ଭଙ୍ଗ କରିଛନ୍ତି। ଏଥିଯୋଗୁ ବିସିସିଆଇ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ କାଟ କରାଯିବ। ବରିଷ୍ଠ ଏମ୍ଆଇ ପେସର ଯଶପ୍ରୀତ ବୁମରାଙ୍କୁ ମଧ୍ୟ କୋଡ୍ ଅଫ୍ କଣ୍ଡକ୍ଟ ଭଙ୍ଗ କରିବା ପାଇଁ ମଧ୍ୟ ଭର୍ତ୍ସନା କରାଯାଇଛି।
ତେବେ ଆଇପିଏଲ ବିଜ୍ଞପ୍ତିରେ ଦୁଇ ଖେଳାଳି କେଉଁ ନିୟମ ଭାଙ୍ଗ କରିଛନ୍ତି, ତାହା ଉଲ୍ଲେଖ କରାଯାଇ ନାହିଁ। “ରାଣା ନିଜ ଭୁଲ ଏବଂ ଦଣ୍ଡାଦେଶ ସ୍ବୀକାର କରି ନେଇଛନ୍ତି। ଏଥିଯୋଗୁ ଏହାର କୌଣସି ଶୁଣାଣି ଦରକାର ନାହିଁ। ବୁମରାଙ୍କ କ୍ଷେତ୍ରରେ କୌଣସି ଆର୍ଥିକ ଜରିମାନା ଲଗାଯାଇ ନାହିଁ। ତାଙ୍କୁ କେବଳ ଚେତାବନୀ ଦିଆଯାଇଛି” ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।