Categories: ଖେଳ

ନୀତୀଶ ରାଣାଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୧୬ା୫ (ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ କୋଲ୍‌କାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ନୀତୀଶ ରାଣାଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ହୋଇଛି। ଚଳିତ ସିଜନରେ କେକେଆର ଦ୍ୱିତୀୟଥର ପାଇଁ ସ୍ଲୋ ଓଭର ରେଟ୍‌ ପାଇଁ ଦଣ୍ଡିତ ହୋଇଛି। ନୀତୀଶଙ୍କୁ ୨୪ ଲକ୍ଷ ବ୍ୟତୀତ ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡ଼ାନ୍ତ ଏକାଦଶର ସମସ୍ତ ଖେଳାଳିଙ୍କୁ ୬ ଲକ୍ଷ କିମ୍ବା ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। କେକେଆର ଏହି ମ୍ୟାଚ୍‌ ୬ ଉଇକେଟରେ ଜିତିବା ସହ ଏହାର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଛି। ସିଏସ୍‌କେ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳ ଶ୍ରେଷ୍ଠ ୪ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।

Share