Categories: ଖେଳ

ଦିଲ୍ଲୀ ଟିମ୍‌ରୁ ବିଦାୟ ନେଇପାରନ୍ତି ନୀତିଶ ରାଣା, ରିଙ୍କୁଙ୍କ ସହ ପୁଣି ଜମିବ ଯୋଡ଼ି…

ନୂଆଦିଲ୍ଲୀ,୨୦।୮: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଟିମ୍‌ର ପୂର୍ବତନ ଅଧିନାୟକ ନୀତିଶ ରାଣା ଖୁବ୍‌ଶୀଘ୍ର ପୁରୁଣା ଦଳରୁ ବିଦାୟ ନେଇପାରନ୍ତି। ଆଗାମୀ ସିଜନରେ ସେ ଉତ୍ତରପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ନଜର ଆସିପାରନ୍ତି। ଏନେଇ ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ ସହ କଥାବାର୍ତ୍ତା ଚାଲିଛି।

ନୀତିଶ ଦିଲ୍ଲୀ କ୍ରିକେଟ ଆସୋସିଏଶନକୁ ଏନ୍‌ଓସି ମାଗିଥିଲେ। ତାଙ୍କୁ ଏନ୍‌ଓସି ସହ ଆବଶ୍ୟକ ମଞ୍ଜୁରୀ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ ପକ୍ଷରୁ ଆଧିକାରିକ ଭାବେ ନୀତିଶଙ୍କୁ ସାମିଲ କରାଯିବାକୁ ଅପେକ୍ଷା କରାଯାଇଛି।

ଆଇପିଏଲ୍‌ରେ ରିଙ୍କୁ ସିଂହ ଏବଂ ନୀତିଶ ରାଣାଙ୍କ ଯୋଡ଼ି ଜବରଦସ୍ତ ପ୍ରଦର୍ଶନ କରିଆସିଛନ୍ତି। ଏବେ ନୀତିଶ ଉତ୍ତରପ୍ରଦେଶ ଟିମ୍‌ ସହ ଯୋଡ଼ି ହେଲେ ଏହି ଯୋଡ଼ିଙ୍କୁ ଘରୋଇ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିପାରେ।

Share