Categories: ଖେଳ

କେକେଆରକୁ ମିଳିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ନୀତୀଶ ରାଣା

ନୂଆଦିଲ୍ଲୀ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ ଅଧିନାୟକ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ଦଳର ଅଧିନାୟକତ୍ୱ ପ୍ରଦାନ କରାଯାଇଛି। ପିଠିରେ ଆଘାତ ଯୋଗୁ ଶ୍ରେୟାସ ଆୟର ଆଇପିଏଲ ୧୬ତମ ସିଜନର ଅଂଶ ହୋଇପାରିବେ ନାହିଁ। ଆଇପିଏଲ ୨୦୨୩ରେ କେକେଆର, ପଞ୍ଜାବ କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଏପ୍ରିଲ ୧ରେ ଖେଳିବ।

 

Share