Categories: ଖେଳ

ରିଙ୍କୁ-ନୀତିଶଙ୍କ ଧୂଆଁଧାର ଅର୍ଦ୍ଧଶତକ: ବାଂଲାଦେଶ ଆଗରେ ୨୨୨ ରନର ଟାର୍ଗେଟ

ନୂଆଦିଲ୍ଲୀ,୯ା୧୦: ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ବାଂଲାଦେଶ ପାଇଁ ୨୨୨ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ମ୍ୟାଚ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଭଲ ଆରମ୍ଭ କରି ନଥିଲା। ଦଳ ୨୫ ରନରେ ୨ ୱିକେଟ୍ ଏବଂ ୪୧ ରନରେ ତୃତୀୟ ୱିକେଟ୍ ହରାଇଥିଲା। ସଞ୍ଜୁ ସାମସନ (୧୦), ଅଭିଷେକ ଶର୍ମା (୧୫) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୮) ଶୀଘ୍ର ପାଭିଲିୟନକୁ ଫେରିଥିଲେ। ଏହା ପରେ ନୀତୀଶ ରେଡ୍ଡୀ ଏବଂ ରିଙ୍କୁ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ।

ଦୁହେଁ ମିଶି ୪୯ ବଲରେ ୧୦୮ ରନର ଭାଗିଦାରୀ କରିଥିଲେ ଏବଂ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ।କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ନୀତୀଶ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୨୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସମୟ ମଧ୍ୟରେ ସେ ୪ ଟି ଛକା ଓ ୩ ଚୌକ ମାରିଥିଲେ। ଏହି ମ୍ୟାଚରେ ନୀତୀଶ ୩୪ ଟି ବଲରେ ମୋଟ ୭୪ ରନ୍ ସଂଗ୍ରହ କରିଥିଲେ।

ନୀତୀଶ ଆଉଟ୍ ହେବା ମାତ୍ରେ ରିଙ୍କୁ ସିଂ ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରିଙ୍କୁ ତାଙ୍କ ଇନିଂସରେ ୬ ଟି ଛକା ଓ ୪ ଚୌକ ମାରିଥିଲେ। ତେବେ ଭାରତୀୟ ଦଳ ୯ ୱିକେଟ୍ ହରାଇବା ପରେ ୨୨୧ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପାଇଁ ରିଷଦ ହୁସେନ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଏବଂ ତାନଜିମ ହାସନ ସାକିବ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।

Share