Categories: ଜାତୀୟ

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବା ସମୟରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏମାନଙ୍କୁ ଦେଖି ଲାଗୁଥିଲା ଯେମିତି ବିହାର ରାଜନୀତିରେ ଦୁଇ ଧ୍ରୁବ ଏକାଠି ହୋଇଛନ୍ତି । ବୈଠକ ପରେ ନୀତୀଶ ଓ ତେଜସ୍ୱୀ ଏକାଠି ଖବରଦାତାଙ୍କ ସାମ୍ନାକୁ ଆସିଥିଲେ ଓ ତେଜସ୍ୱୀ ଆଶା ନ କରିବା ଭଳି ପ୍ରଶ୍ନର ଶିକାର ହୋଇଥିଲେ । ଦୁହେଁଙ୍କୁ ଏକାଠି ଦେଖି ଖବରଦାତାମାନେ ପ୍ରଶ୍ନ କରିଥିଲେ କି ବିହାର ରାଜନୀତିରେ କ’ଣ ଆପଣ ପୁଣିଥରେ ଏକାଠି ହେଉଛନ୍ତି । ଏହାଶୁଣି ତେଜସ୍ୱୀ କିଛି ସମୟ ଚୁପ ରହିବା ସହ ହସି ପକାଇଥିଲେ । ଆଉ କହିଥିଲେ ଦେଶ ଓ ଜନତାଙ୍କ ବିକାଶ ପାଇଁ ବିରୋଧି ସବୁବେଳେ ସରକାରଙ୍କ ସହ ରହିଛି । ଏମିତିକି କରୋନା ପରିସ୍ଥିତି ସମୟରେ ବି ବିରୋଧି ସରକାରଙ୍କ ସହ ମିଶି କାମ କରିଛି । ଏଥିରୁ ସହଜରେ ଅନୁମାନ କରାଯାଉଛି କି ଭବିଷ୍ୟତରେ ତେଜସ୍ୱୀ ନୀତୀଶଙ୍କ ହାତ ଧରିପାରନ୍ତି ।

Share