ପାଟନା,୫।୧୧: ବିହାରର ମୁଜାଫରପୁରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ବିହାରର ଲୋକଙ୍କୁ ଛଠ ପର୍ବର ଶୁଭେଚ୍ଛା ଜଣାଉଛି। ମୁଁ ଛଠ ମାୟାଙ୍କୁ ପ୍ରାର୍ଥନା କରୁଛି ଯେ ଆଗାମୀ ସମୟରେ ବିହାର ଜଙ୍ଗଲ ରାଜ ଏବଂ ପଲଟୁରାମଙ୍କଠାରୁ ମୁକ୍ତ ହେବା ଉଚିତ୍। ଆମେ ବିହାରର ଲୋକଙ୍କୁ ୨୦୨୪ରେ ବିହାରର ୪୦ଟି ଆସନରେ ଭାଜପା ଜିତିବାକୁ କହୁଛୁ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରି ଅମିତ ଶାହା କହିଛନ୍ତି, ନୀତୀଶଙ୍କୁ ଭାରତ ମିଳିତ ମଞ୍ଚ ଇଣ୍ଡିଆର ସଂଯୋଜକ କରାଯାଇ ନାହିଁ। ବର୍ତ୍ତମାନ ସେ ସେଥିରୁ ବାହାରି ଯିବାକୁ ଚାହୁଁଛନ୍ତି, କିନ୍ତୁ ସେ ରାସ୍ତା ଖୋଜିବାରେ ଅସମର୍ଥ। ପ୍ରଧାନମନ୍ତ୍ରୀ ହେବା ପାଇଁ ପଲଟୁରାମ ଭାଜପା ସହ ବିଶ୍ୱାସଘାତକତା କରିଥିଲେ। ଆଗାମୀ ସମୟରେ ବିହାର ଜଙ୍ଗଲ ରାଜ ଏବଂ ପଲଟୁରାମଙ୍କଠାରୁ ମୁକ୍ତ ହେଉ।