Categories: ଜାତୀୟ

ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ

ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍‌ଡାଉନ୍‌ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର ୬ରେ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ବୋଲି କୁହାଯାଉଛି। ସେ ଭର୍ଚୁଆଲ୍‌ ରାଲିରେ ଯୋଗଦେଇ ମେଣ୍ଟଶାସନର ସଫଳତା ବଖାଣିବେ। ନିର୍ବାଚନ ପ୍ରଚାର ପାଇଁ ଜେଡିୟୁ ପକ୍ଷରୁ ଜେଡିୟୁ ଲାଇଭ୍‌ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ଏହି ପୋର୍ଟାଲ ବିକଶିତ କରିଛନ୍ତି। ନୀତୀଶଙ୍କ ରାଲିରେ ୨୫ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି କୁହାଯାଉଛି। ଏନେଇ ଉଦ୍ୟମ ଜାରି ରହିଛି।

Share