Categories: ଜାତୀୟ

ଚିରାଗଙ୍କୁ ସମର୍ଥନ କଲେ ତେଜସ୍ୱୀ

ପାଟନା,୧୯ ।୧୦: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଏହି କ୍ରମରେ ସୋମବାର ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଭାଜପା ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ବିଭିନ୍ନ ସ୍ଥାନରେ ଜନସଭାର ଆୟୋଜନ କରିଛନ୍ତି । ଏଥିରେ ସବୁ ନେତା ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହାରି ଭିତରେ ଲୋକ ଜନଶକ୍ତିର ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ସପକ୍ଷରେ ବାହାରିଛନ୍ତି ତେଜସ୍ୱୀ ଯାଦବ । ସେ କହିଛନ୍ତି ନୀତୀଶ ଚିରାଗ ପାଶୱାନଙ୍କୁ ଯେଉଁ ବ୍ୟବହାର କରିଛନ୍ତି ସେଥିରେ ଚିରାଗଙ୍କ ପ୍ରତି ଅନ୍ୟାୟ ହୋଇଛି । ସେ କହିଛନ୍ତି ନିକଟରେ ଚିରାଗ ତାଙ୍କ ପିତାଙ୍କୁ ହରାଇଥିବା ବେଳେ ନୀତୀଶଙ୍କର ତାଙ୍କ ପ୍ରତି ଏଭଳି ବ୍ୟବହାର ଆଦୌ ଠିକ ନୁହେଁ ।

Share