Categories: ଜାତୀୟ

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ କୁମାର କହିଛନ୍ତି ମୁଁ ଆରମ୍ଭରୁ ବିରୋଧୀ ଦଳର ନାମକୁ ‘ଇଣ୍ଡିଆ’ ରଖିବା ନେଇ ବିରୋଧ କରିଥିଲି। କିନ୍ତୁ ମୋର ମତାମତ ଶୁଣାଯାଇ ନ ଥିଲା। ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ନୀତୀଶ କହିଛନ୍ତି ସେ ଅନ୍ୟ ନାମର ପରାମର୍ଶ ଦେଇଛନ୍ତି କିନ୍ତୁ ଏହି ଲୋକମାନେ ଇଣ୍ଡିଆ ନାମ ରଖିଥିଲେ। ବର୍ତ୍ତମାନ ଆପଣ ଦେଖୁଛନ୍ତି ଇଣ୍ଠିଆରେ କ’ଣ ଘଟୁଛି। ମୁଁ ବର୍ତ୍ତମାନ ମୋ ପୁରୁଣା ସାଥୀ ଭାଜପା ସହିତ ମିଶିଛି ଏବଂ ସବୁବେଳେ ସେମାନଙ୍କ ସହିତ ରହିବି।

ଏଥି ସହିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି ଯେଉଁଥିରେ ସେ କହିଥିଲେ ନୀତୀଶ କୁମାର ତାଙ୍କ ଅନୁରୋଧ କ୍ରମେ ଜନଗଣନା କରିଥିଲେ। ନୀତୀଶ କହିଛନ୍ତି ରାହୁଲ ଏହାର ଶ୍ରେୟ ନେବାକୁ ଚାହୁଁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ। ଆମେ ଜାତି ଜନଗଣନା କରିଥିଲୁ ।

ଲାଲୁ ଯାଦବଙ୍କ ପରିବାରକୁ ଲକ୍ଷ୍ୟ କରି ଭାଜପା ସହିତ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ୨୦୦୫ ପୂର୍ବରୁ ବିହାରର ଅବସ୍ଥା କ’ଣ ଥିଲା, ଘରୁ କେହି ବାହାରକୁ ଆସିବାକୁ ଭୟ କରୁଥିଲେ। ରାସ୍ତାର ଅବସ୍ଥା କ’ଣ ଥିଲା, କୌଣସି ସ୍ଥାନରେ ସେତୁ ନିର୍ମାଣ କରାଯାଇ ନ ଥିଲା। ତେଜସ୍ବୀ ଯାଦବଙ୍କ ନାମ ନେଇ ନୀତୀଶ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ପିଲ। ପିଲା କିଛି କହିଲେ ତେବେ କ’ଣ ହେବ? ନୀତୀଶଙ୍କ ମନ୍ତବ୍ୟ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 

 

Share