Posted inଜାତୀୟ

ଜାତି କୋଟା ୬୫%କୁ ବଢ଼ାଇବା ପାଇଁ ନୀତୀଶଙ୍କ ପ୍ରସ୍ତାବ

ପାଟନା,୮ା୧୧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବଢ଼ାଇବା ପାଇଁ ମଙ୍ଗଳବାର ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି। ଏହା ବାଦ୍‌ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିବ। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବାକୁ ଥିବାବେଳେ ଓବିସି ଏବଂ ଅତ୍ୟନ୍ତ ପଛୁଆ ବର୍ଗ(ଇବିସି)ଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ, ଯାହା ବର୍ତ୍ତମାନ ୩୦ ପ୍ରତିଶତ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି। ଆବଶ୍ୟକ ବିଚାରବିମର୍ଶ ପରେ ସଂରକ୍ଷଣ ବୃଦ୍ଧିକୁ ଜରୁରୀ ଭାବେ କାର୍ଯ୍ୟକାରୀ କରାଯିବ। ଚଳିତ ଅଧିବେଶନରେ ଏହି ପରିବର୍ତ୍ତନ ଆଣିବା ଆମର ଉଦ୍ଦେଶ୍ୟ ବୋଲି ନୀତୀଶ କହିଛନ୍ତି।
ବିହାରର ବହୁ ପ୍ରତୀକ୍ଷିତ ଜାତି ଜନଗଣନା ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ବିତର୍କରେ ଭାଗନେଇ ନୀତୀଶ ଉପରୋକ୍ତ ପ୍ରସ୍ତାବ ରଖିଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ବିହାରରେ ୩୪.୧ ପ୍ରତିଶତ ପରିବାର ଗରିବ। ସେମାନଙ୍କ ମାସିକ ଆୟ ୬,୦୦୦ ଟଙ୍କାରୁ କମ୍‌। ରୋଜଗାର କିମ୍ବା ଶିକ୍ଷା ପାଇଁ ୫୦ ଲକ୍ଷରୁ ଅଧିକ ବିହାରୀ ରାଜ୍ୟ ବାହାରେ ରହୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧାରୀ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଥିଲେ। ପଛୁଆ ବର୍ଗ, ଦଳିତ ଓ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟ ଯଥେଷ୍ଟ ବଢ଼ିଥିବାବେଳେ ଉଚ୍ଚଜାତିରେ ମଧ୍ୟ ଏହା ବୃଦ୍ଧି ପାଇଥିବା ରିପୋର୍ଟରେ ସ୍ବୀକାର କରାଯାଇଛି। ଉଚ୍ଚଜାତିରେ ଦାରିଦ୍ର୍ୟ ହାର ୨୫% ରହିଛି। ରିପୋର୍ଟ ଅନୁଯାୟୀ ବିହାରରେ ପ୍ରାୟ ୨.୯୭ କୋଟି ପରିବାର ରହୁଥିବାବେଳେ ସେଥିରୁ ୯୪ ଲକ୍ଷରୁ ଊର୍ଦ୍ଧ୍ୱ (୩୪.୧%) ପରିବାର ଗରିବ। ୪୬ ଲକ୍ଷ ଅନ୍ୟ ରାଜ୍ୟରେ କାମ କରି ଗୁଜୁରାଣ ମେଣ୍ଟାଉଥିବାବେଳେ ୨.୧୭ ଲକ୍ଷ ବିଦେଶରେ ରହି ରୋଜଗାର କରୁଛନ୍ତି। ରାଜ୍ୟର ମାତ୍ର ୯ ପ୍ରତିଶତ ପରିବାରର ମାସିକ ଆୟ ୫୦,୦୦୦ରୁ ଅଧିକ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri