ଲକ୍ଷ୍ନୌ, ୯।୮ : ବିହାରରେ ଜାରି ରହିଥିବା ରାଜନୈତିକ ସ୍ଥିତି ନେଇ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫାକୁ ଅଖିଳେଶ ଏକ ଭଲ ଶୁଭାରମ୍ଭ କରିଛନ୍ତି। ଏଣିକି ଦେଶରୁ ଭାଜପା ପୋଛି ହୋଇଯିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ଏବେ ବିହାରରେ ଭାଜପାକୁ ବାହାର କର ସ୍ଲୋଗାନ ଆରମ୍ଭ ହୋଇଛି। ଆଗାମୀ ଦିନରେ ସମଗ୍ର ଦେଶରେ ଏହା ଦେଖିବାକୁ ମିଳିବ। ଶୀଘ୍ର ପ୍ରତି ରାଜ୍ୟରେ ଲୋକେ ଏବଂ ରାଜନୈତିକ ଦଳ ଭାଜପା ବିରୋଧରେ ଛିଡ଼ା ହେବେ ବୋଲି ସେ କହିଛନ୍ତି।