Categories: ଜାତୀୟ

ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !

ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର ବରିଷ୍ଠ ନେତା କେ.ସି. ତ୍ୟାଗୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ମଧ୍ୟ ନୀତିଶଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଲାଗି ସବୁଜ ସଙ୍କେତ ଦିଆ ସରିଛି। ତେବେ ନୀତିଶଙ୍କ ଦଳ ଭଲ ପ୍ରଦର୍ଶନ କରି ନ ଥିବାରୁ ତାଙ୍କ ମନ ଖୁସି ନ ଥିବା ନେଇ ଚର୍ଚ୍ଚା ହେଉଛି। ଏନଡ଼ିଏର ବିଜୟ ହୋଇଥିଲେ ବି ନୀତିଶଙ୍କ ପରାଜୟ ହୋଇଥିବା ସମ୍ପର୍କରେ ରାଜ୍ୟ ରାଜନୀତିରେ ଆଲୋଚନା ହେଉଛି।

Share