ନେଗେଟିଭ ଥିବା ଲୋକଙ୍କ ମଳରେ ମିଳୁଛି କରୋନା ଭାଇରସ!

ନୂଆଦିଲ୍ଲୀ,୯ ।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିରେ ଧିରେ କମି ଆସୁଥିବା ବେଳେ ଏବେ ଏମିତି ଏକ ଅଧ୍ୟୟନ କରାଯାଇଛି ଯାହା ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି । ଅଧ୍ୟୟନ ଅନୁଯାୟୀ, କରୋନା ନେଗେଟିଭ ଥିବା ଲୋକଙ୍କ ମଳରେ ଭାଇରସ ଜିବିତ ଥିବା କୁହାଯାଉଛି । ଘର କିମ୍ବା ହସ୍ପିଟାଲ ଆଖପାଖରେ ଥିବା ସ୍ୱେରେଜ ଲାଇନରେ ଜିବିତ ଅର୍ଥାତ୍ ସକ୍ରିୟ କୋଭିଡ-୧୯ ଭାଇରସ ଥିବା ଜଣାପଡିଛି । ଇନସାକ ଦ୍ୱାରା ୧୫ ରାଜ୍ୟର ୧୯ ସହରରେ ସ୍ୱେରେଜ ସାମ୍ପଲ ନେଇ ପରୀକ୍ଷା କରାଯିବା ପରେ ଏଥିରେ ଭାଇରସ ଥିବା ଜଣାପଡିଛି । ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଚେୟାରମ୍ୟାନ ଡକ୍ଟର ଏନ୍‌.କେ. ଆରୋରା କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱରେଜ ଲାଇନ ପ୍ରଦୂଷଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ସୂଚନାଯୋଗ୍ୟ, ଦେଶରେ ପ୍ରଥମଥର ଲାଗି ସ୍ୱେରେଜ ଲାଇନରେ କରୋନା ଭାଇରସର ଚିହ୍ନଟ ହାଇଦ୍ରାବାଦସ୍ଥିତ ସିସିଏମବିର ବୈଜ୍ଞାନିକମାନେ କରିଥିଲେ । ୨୦୨୦ରେ ଲକଡାଉନ ସମୟରେ ଏହି ଯାଞ୍ଚ କରାଯାଇଥିଲା । ଏହାପରେ କର୍ନାଟକ, ମୁମ୍ବାଇ ଓ ଗୁଜରାଟର ସାବରମତି ନଦୀରେ ଏହା ଜିବିତ ଥିବା ଜଣାପଡିଥିଲା ।
ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ନିକଟରେ ଏକ ଅଧ୍ୟୟନ କରିଛି । ଏହି ଅଧ୍ୟୟନ ଅନୁଯାୟୀ, ୨୮୦ ରୋଗୀଙ୍କ ମଳରୁ ଭାଇରସ ଏକତ୍ରିତ ଏହାର ଜିନୋମ ସିକ୍ୱିଏନସିଂ କରିବା ପରେ ଏଥିରେ ୬୨ ପ୍ରତିଶତ ସକ୍ରିୟ ଜିବାଣୁ ମିଳିଥିବା କୁହାଯାଇଛି । ଏବେ ଏହା ଚିନ୍ତାର ବିଷୟ ପାଲଟି ଯାଇଛି ।

Share