କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ ସଫଳତାର ପାହାଚ ଚଢ଼ିଥିଲେ। ଆଜି ଦୁହେଁଙ୍କୁ ବଲିଉଡ ସୁପରଷ୍ଟାର କୁହାଯାଏ। ଯଦିଓ ଅମିର ଏବଂ ସଲମାନ ପରସ୍ପରର ଭଲ ବନ୍ଧୁ, ତଥାପି ଏପରି ଏକ ସମୟ ଥିଲା ଯେତେବେଳେ ସଲମାନଙ୍କ ଆଚରଣକୁ ଅମିର ପସନ୍ଦ କରୁ ନ ଥିଲେ । ସେ ଏହା କରଣ ଜୋହରଙ୍କ ଚାଟ ଶୋ କଫି ଉଇଥ୍‌ କରଣରେ କହିଥିଲେ।
ସଲମାନ ଏବଂ ଅମିର ଅଭିନୀତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ରେ ଉଭୟ ପରସ୍ପରକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲେ । ଏହି ଫିଲ୍ମରେ ତାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ଭଲ ପାଉଥିଲେ। ତଥାପି, ଏହି ଯୋଡି ବାସ୍ତବ ଜୀବନରେ ପରସ୍ପରର ଭଲ ବନ୍ଧୁ ନ ଥିଲେ ।

ଅମିର କରିଥିଲେ ଯେ, ସଲମାନ ତାଙ୍କୁ ପ୍ରଥମରୁ ଭଲ ଲାଗୁ ନ ଥିଲେ। ଅନ୍ଦାଜ ଅପନା ଆପନା’ରେ ସଲମାନଙ୍କ ସହ କାମ କରିବାର ଅଭିଜ୍ଞତା ଭଲ ନଥିଲା। ସେହି ସମୟରେ, ମୁଁ ତାଙ୍କୁ ଅଭଦ୍ର ମନେ କରୁଥିଲି। ତାଙ୍କ ସହିତ କାମ କରିବା ପରେ ମୁଁ ଅନୁଭବ କଲି ଯେ ତାଙ୍କଠାରୁ ଦୂରରେ ରହିବା ଠିକ୍‌। ତେବେ ପରେ ଦୁହେଁ ବନ୍ଧୁ ହୋଇଥିଲେ। ୨୦୦୨ ରେ ଯେତେବେଳେ ଅମିର ତାଙ୍କ ପ୍ରଥମ ସ୍ତ୍ରୀ ରିନାଙ୍କଠାରୁ ଅଲଗା ହୋଇଥିଲେ ସେତେବେଳେ ଏହା ଘଟିଥିଲା। ସେହି ସମୟରେ ଅମିର ବହୁତ ମଦ୍ୟପାନ କରୁଥିଲେ ଏଭଳି ଦୁଃଖ ସମୟରେ ସଲ୍‌ମାନ ତାଙ୍କ ପାଖରେ ଛିଡ଼ା ହୋଇଥିଲେ। ଏହା ପରେ ଉଭୟ ଭଲ ବନ୍ଧୁ ହୋଇଥିଲେ।

Share