ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି ଯାଇଥିଲା। ମାତ୍ର ତାହା ସେଠାରେ ଥିବା ବଡ଼ ହ୍ବେଲ ମାଛର ଲାଞ୍ଜରେ ଲାଗି ଝୁଲି ରହିଲା। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଟ୍ରେନର ଅନେକ କିଛି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ଯାତ୍ରୀ ଆହତ ହୋଇ ନଥିଲେ।
ସ୍ପିଗେନାକିସ ସହରର ଏକ ମେଟ୍ରୋ ଷ୍ଟେଶନରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନଟି ହଠାତ ନିୟନ୍ତ୍ରଣ ହରାଇଲା ଟ୍ରାକର ଶେଷକୁ ଯାଇ ପବନରେ ଝୁଲିଲା। ପରେ ପଉରେ ଥିବା ମାଛ ଲାଞ୍ଜରେ ଲାଗି ରହିଲା। ମାଛର ଲାଞ୍ଜ ନ ଥିଲେ କେତେ ଭୟଙ୍କର ଦୁର୍ଘଟଣା ହୋଇଥାନ୍ତା ତାହା ଫଟୋ ଦେଖି ସ୍ପଷ୍ଟ ଜାଣି ହେଉଛି।
ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ସୁରକ୍ଷା କର୍ତ୍ତୃପକ୍ଷ ଏକ ବିଶେଷଜ୍ଞ ଦଳ ଗଠନ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପାଇଁ ଅଧିକାରୀମାନେ ଏହି ମେଟ୍ରୋ ଟ୍ରେନର ଡ୍ରାଇଭରଙ୍କୁ ପଚରାଉଚରା କରୁଛନ୍ତି। ଏଥିସହ ଉଦ୍ଧାରକାରୀ ଦଳ ଦ୍ୱାରା ଯାତ୍ରୀମାନଙ୍କୁ ମେଟ୍ରୋରୁ ସୁରକ୍ଷିତ ଭାବେ କଢ଼ା ଯାଉଛି। ଟ୍ରେନକୁ ମଧ୍ୟ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରାଯାଉଛି।