Categories: ବାଣିଜ୍ୟ

ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସ ଲୋକାର୍ପିତ

ଭୁବନେଶ୍ୱର,୧୯।୮: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି)ର ପ୍ରମୁଖ ସଂସ୍ଥାନ ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ବ୍ଲାଷ୍ଟ ଫର୍ନେସ ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଛତିଶଗଡ଼ର ନଗରନାରଠାରେ ଦେଶର ୨ୟ ସର୍ବବୃହତ ବ୍ଲାଷ୍ଟ ଫର୍ନେସ ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଏନ୍‌ଏମ୍‌ଡିସିର ସିଏମ୍‌ଡି (ଇନ୍‌ଚାର୍ଜ) ଅମିତାଭ ମୁଖାର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ ସହ ଲୋକାର୍ପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏମ୍‌ଡିସି ଏବଂ ଏନ୍‌ଏସ୍‌ଏଲ୍‌ର ନିର୍ଦ୍ଦେଶକ (ଉତ୍ପାଦନ) ଦିଲୀପ କୁମାର ମହାନ୍ତି, ନିର୍ଦ୍ଦେଶକ (ବାଣିଜ୍ୟ) ବିଶ୍ୱନାଥ ସୁରେଶ, ନିର୍ଦ୍ଦେଶକ (ଯାନ୍ତ୍ରିକ) ବିନୟ କୁମାର, ସିଭିଓ ବି.ବିଶ୍ୱନାଥଙ୍କ ସମେତ ସମସ୍ତ ଅଂଶଦାର, ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share