Categories: ବାଣିଜ୍ୟ

ଏନ୍‌ଏମ୍‌ଡିସିର ରେକର୍ଡ ପରିମାଣର ଉତ୍ପାଦନ

ଭୁବନେଶ୍ୱର,୪।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ଚଳିତ ବର୍ଷ ଅଗଷ୍ଟରେ ଉଲ୍ଲେଖନୀୟ ସଫଳତା ସହ ରେକର୍ଡ ପରିମାଣର ଉତ୍ପାଦନ ଏବଂ ବିତରଣ କରିଥିବା କର୍ପୋରେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩ ଅଗଷ୍ଟରେ କର୍ପୋରେଶନ ୩.୪୧ ମିଲିୟନ ଟନ୍‌ ଷ୍ଟିଲ ଉତ୍ପାଦନ କରିଥିବାବେଳେ ୩.୫୪ ମିଲିୟନ ଟନ୍‌ ଆଇରନ ଓର ଅଗଷ୍ଟରେ ବିକ୍ରୟ କରିଛି।

ଏପରିକି ୨୦୨୨ର ସମାନ ଅବଧି ମଧ୍ୟରେ କର୍ପୋରେଶନ ଉତ୍ପାଦନ କରିଥିବା ଷ୍ଟିଲ ଓ ବିକ୍ରୟ କରିଥିବା ଲୁହାପଥର ତୁଳନାରେ ଯଥାକ୍ରମେ ଚଳିତ ବର୍ଷ ୩୮% ଉତ୍ପାଦନରେ ଅଭିବୃଦ୍ଧି କରିଥିବାବେଳେ ୨୫% ବିକ୍ରୟରେ ବୃଦ୍ଧି ହୋଇଛି ବୋଲି ଏନ୍‌ଏମ୍‌ଡିସି ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଦ୍ଧା କର୍ପୋରେଶନ ୧୬.୫୬ ମିଲିୟନ ଟନ୍‌ ଉତ୍ପାଦନ କରିଥିବାବେଳେ ୧୭.୪୩ ମିଲିୟନ ଟନ୍‌ ବିକ୍ରୟ କରିସାରିଛି ବୋଲି ଏନ୍‌ଏମ୍‌ଡିସି ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଏନ୍‌ଏମ୍‌ଡିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ଅତିରିକ୍ତ ଭାର) ଅମିତାଭ ମୁଖାର୍ଜୀ କହିଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କର୍ପୋରେଶନ ଭଲ ପ୍ରଦର୍ଶନ ଜାରି ରଖିଛି। ଏପରିକି କର୍ପୋରେଶନର ଉତ୍ପାଦନ ଓ ବିକ୍ରୟ ସମପରିମାଣରେ ଯାଉଛି।

Share