୧ନଂ. ପ୍ଲାଟଫର୍ମରେ ରହୁନି ଟ୍ରେନ, ଯାତ୍ରୀ ହଇରାଣ

କୋରାପୁଟ,୩ା୪(ସ୍ବ.ପ୍ର.): କୋରାପୁଟ ରେଲୱେ ଷ୍ଟେସନ ଜିଲାର ଏକ ପ୍ରମୁଖ ରେଳ ଷ୍ଟେସନ। ବିଶେଷ କରି ଏଠାରୁ କୋରାପୁଟ, ମାଲକାନାଗରି, ନବରଙ୍ଗପୁର ଜିଲାର ବହୁ ସଂଖ୍ୟାରେ ଯାତ୍ରୀ ଭୁବେନେଶ୍ୱର, କଲକୋତା, ବିଶାଖାପାଟଣା , ବିଜୟନଗର, କିରୋଣ୍ଡଲ, ଜଗଦଲପୁର, ରାୟଗଡା, ରାଉଲକେଲା, ସମ୍ବଲପୁର ଆଦି ଅଞ୍ଚଳକୁ ଟ୍ରେନରେ ଯାତାୟାତ କରିଥାନ୍ତି। ମାତ୍ର ୨ମାସ ହେଲା କୋରାପୁଟ ଷ୍ଟେସନର ୧ନଂ. ପ୍ଲାଟଫର୍ମ ୧ରେ ସବୁ ଯାତ୍ରୀବାହୀ ଟ୍ରେନ ରହୁ ନ ଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏନେଇସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଇଷ୍ଟକୋଷ୍ଟ ଡିଭିଜନର ମୁଖ୍ୟ ପ୍ରବନ୍ଧକ ବିଶାଖାପାଟଣା ଡିଆରଏମ୍‌ ଅନୁପ ଶତପଥୀ ଓ ଷ୍ଟେସନ ମାଷ୍ଟରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବତ୍ତର୍ର୍ମାନ ସୁଦ୍ଧା ଅସୁବିଧା ଦୂର ହୋଇପାରି ନାହଁି ା ୧ନଂ. ପ୍ଲାଟଫର୍ମରେ କିଛି ମାଲବାହୀ ରହୁଥିବାରୁ ଯାତ୍ରୀବାହୀ ଓ ଏକ୍ସପ୍ରେସ ଟ୍ରେନ ୩ ଓ ୪ ନଂ. ପ୍ଲାଟଫର୍ମରେ ରହୁଛି ା ଦୁରଦୁରାନ୍ତରୁ ଆସୁଥିବା ଯାତ୍ରୀ ଏବଂ ବୃଦ୍ଧା ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି କେତେକ ଯାତ୍ରୀ ରେଳ ଧାରଣା ଉପରେ ଆସୁଥିବା ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ଘଟିବା ନେଇ ଆଶଙ୍କ ପ୍ରକାଶ ପାଉଛି। ଏବେ କୋରାପୁଟ ରେଳ ଷ୍ଟେସନର ୩ ଓ ୪ ନଂ. ପ୍ଲାଟଫର୍ମରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପ୍ଲାଟଫର୍ମ ଉପରେ ସିମେଣ୍ଟ ମାଟି , ବାଲି, ପ୍ଲେଟ ଆଦି ପଡିଛି ା ୪ ନଂ. ପ୍ଲାଟଫର୍ମର ଉପର ସେଡ ପଡି ନ ଥିବାରୁ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରିବା କଷ୍ଟକର ହେଉଛି। ତୁରନ୍ତ ରେଲୱେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାମାଜିକ କର୍ମୀ କାମାକ୍ଷା ପ୍ରସାଦ ମାଝି, ଡାକ୍ତର ରତିକାନ୍ତ ଖଟୁଆ, କୋରାପୁଟ ପ୍ରେସ୍‌ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ସିମ୍ କାର୍ଡ ବଦଳାଇବେ କେନ୍ଦ୍ର ସରକାର, ଚାଇନା ଚିପସେଟ୍ ପାଲଟିଛି ଚିନ୍ତାର କାରଣ

ନୂଆଦିଲ୍ଲୀ,୮।୪: ଦେଶର ସର୍ବୋଚ୍ଚ ସାଇବର ସିକ୍ୟୁରିଟି ଏଜେନ୍ସିର ଅନୁସନ୍ଧାନ ପରେ ଚାଇନାର ମୂଳ ଚିପସେଟର ନମୁନା ମିଳିବାରୁ ଭାରତ ପୁରୁଣା ମୋବାଇଲ୍ ଫୋନ୍ ସିମ୍ ବଦଳାଇବାକୁ...

ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ ରାମ ଦରବାର

ଅଯୋଧ୍ୟା,୮।୪: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରାୟ ଦେଢ଼ ବର୍ଷ ପରେ ଏବେ ଆଉ ଏକ ପ୍ରାଣ ପ୍ରତିଷ୍ଠ...

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର,୮।୪: ବାଲେଶ୍ବର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯଶୋଦା ଦାସ। ରିପୋର୍ଟ...

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ...

ବଡ଼ କ୍ଷତି ସହିଲେ ଏଲନ ମସ୍କ, ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ପଥମଥର ୩୦୦ ବିଲିଅନ ଡଲାର ତଳକୁ ଖସିଲା ସମ୍ପତ୍ତି

ନୂଆଦିଲ୍ଲୀ,୮।୪: ନଭେମ୍ବର ପରେ ପ୍ରଥମ ଥର ପାଇଁ ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ ଡଲାର ତଳକୁ ଖସିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଆସୁଛି ଲଘୁଚାପ: ଆଜିଠୁ ଛେଚିବ ବର୍ଷା

ଭୁବନେଶ୍ୱର,୮।୪: ଆଜିଠୁ ବର୍ଷା ତାତିରୁ ମିଳିବ ସାମାନ୍ୟ ଆସ୍ବସ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶବର୍ତ୍ତୀ ଅଞ୍ଚଳରେ...

ରାଜନୀତିରେ ହଇଚଇ, ଅରୁଣ କହିଦେଲେ ନବୀନ ଥିବା ଯାଏ…

ଭୁବନେଶ୍ୱର,୮।୪:  ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ ଓ ଅନଙ୍ଗ ଉଦୟ ସିଂହଦେଓ ...

ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ JEE ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା,୮।୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ସକାଳେ ୨୦ ଜଣ ଛାତ୍ର ମିଳିତ ପ୍ରବେଶିକା ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image