୨୦ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ବାହାନଗା, ୧୮।୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଆସନ୍ତା ୨୨ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଲକ ଅଧୀନ ୨୦ନଂ. ଜିଲା ପରିଷଦ ଜୋନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି।
ଜୋନ୍‌ ୬ ପଞ୍ଚାୟତ ବରିପଦା, ଅରାରୁହାବାଡ, ବିଷ୍ଣୁପୁର, ଅଭଣା, ସାହାସପୁରା ଓ ଖରାସାହାପୁର ପଞ୍ଚାୟତକୁ ନେଇ ଗଠିତ ହୋଇଛି ା ଏହି ଜୋନରେ ବିଜେଡିର ସଙ୍ଗଠନ ଭଲ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଦ୍ରୋହୀ ସରପଞ୍ଚ ପ୍ରାର୍ଥୀମାନଙ୍କ ପାଇଁ ଦଳ ଅଡୁଆରେ ପଡ଼ିଛି। ବିଜେଡିର ଏଭଳି ଅଡୁଆ ସ୍ଥିତିକୁ ଦେଖି ଭାଜପା ଓ କଂଗ୍ରେସ ଗୋଳିଆ ପାଣିରୁ ମାଛ ଧରିବା ଲକ୍ଷ୍ୟରେ ଅଛନ୍ତି ା ଗତ ୨୦୧୭ ନିର୍ବାଚନରେ ଏହି ଜୋନକୁ ବିଜେଡି ଅକ୍ତିଆର କରି ନିଜ ସପକ୍ଷରେ ରଖିବାରେ ସଫଳ ହୋଇଥିଲା ା
ବିଜେଡିର ପ୍ରଣତି ମହାଳିକ ୯ହଜାର ୪୨ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ କ୍ଷିତେଶ୍ୱରୀ ମହାଳିକ ୭ହଜାର ୫ଶହ ୭୫ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଭାଜପାରୁ ଶୁଭଲକ୍ଷ୍ମୀ ତରେଇ ୫ହଜାର ୨ଶହ ୮୩ ଖଣ୍ଡ ଭୋଟପାଇ ତୃତୀୟ ସ୍ଥାନରେ ଥିଲେ। ତେବେ ଜୋନ୍‌ର ବରିପଦା, ବିଷ୍ଣୁପୁର, ଖରାସାହାପୁର ପଞ୍ଚାୟତରେ କଂଗ୍ରେସ ଦଳର ପ୍ରମୁଖ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହେବା ପରେ ଦଳ ସେଠାରେ ସୁଦୃଢ ହୋଇପାରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଜେଡିରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏସବୁ ପଞ୍ଚାୟତରେ ଦଳ ଦୁର୍ବଳ ହୋଇପଡିଥିବା ଦେଖାଯାଉଛି। ତେବେ ବିଜେଡି ବିଧାୟକଙ୍କ ଜନହିତକର କାର୍ଯ୍ୟକୁ ଦେଖି ଜନସାଧାରଣ ବିଜେଡିକୁ ଭୋଟ ଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ତାହା କେତେଦୂର ସଫଳ ହେବ ତାହା ୨୭ତାରିଖରେ ସ୍ପଷ୍ଟ ହେବ। ସେହିପରି କଂଗ୍ରେସ ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିବ ନା ତୃତୀୟ ସ୍ଥାନକୁ ଖସିବ ତାହା ମଧ୍ୟ ଜଣାପଡିବ। କଂଗ୍ରେସ ମଧ୍ୟ ବିଜେଡିର ଏହି ଗୋଳିଆ ପାଣିରୁ ନିଜର ସ୍ଥିତି ବଜାଇ ରଖିବାକୁ ଉଦ୍ୟମ କରୁଛି। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶିଶିର କୁମାର ଅଗସ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଭାଜପାରୁ ଅମର କୁମାର ନାୟକ ଓ କଂଗ୍ରେସରୁ ସାଧୁଚରଣ ପରିଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ଜଣଙ୍କ ମଧ୍ୟରୁ ଶିଶିର ଅଗସ୍ତି ଆରୁହାବାଡ ପଞ୍ଚାୟତର ୨ଥର ସରପଞ୍ଚ ଭାବେ କାମ କରି ସୁନାମ ଅର୍ଜନ କରିଛନ୍ତି ା ସେ ପ୍ରତିରକ୍ଷା ବିଭାଗର ସୈନିକ ଭାବେ ଚାକିରି କରି ଅବସର ନେବା ପରେ ଜନସେବା ପାଇଁ ଆଗେଇ ଆସିଛନ୍ତି ା ସେହିପରି ସାଧୁଚରଣ ପରିଡା ୨୦୧୭ ନିର୍ବାଚନରେ ବିଷ୍ଣୁପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତିରେ ନୂଆମୁହଁ ଅମର କୁମାର ନାୟକ ଭାଜପାରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ବିଜେଡିର ଅସନ୍ତୁଷ୍ଟ ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଆଶାବାଦୀ ଅଛନ୍ତି। ତେବେ ଉଭୟ ପ୍ରାର୍ଥୀ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସମସ୍ୟାକୁ କିଏ କେତେ ଗୁରୁତ୍ୱ ଦେଇ କାର୍ଯ୍ୟ କରିପାରିବ ତାହା ଭୋଟର ପରଖୁଛନ୍ତି। ଏହି ଜୋନର ମୋଟ ଭୋଟର ସଂଖ୍ୟା ୩୧ହଜାର ୭ଶହ ୭୦। ଏଥିରେ ମହିଳା ଭୋଟର ୧୫ ହଜାର ୫ ଶହ ୮୨ଜଣ ଥିବା ବେଳେ ପୁରୁଷ ଭୋଟର ୧୬ ହଜାର ୧ଶହ ୮୩ଜଣ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱରଜୀଉଙ୍କ ପାଟ ଉତ୍ସବ: ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୩ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ରବିବାର ପ୍ରତିକୂଳ ପାଗ ସତ୍ତ୍ୱେ ଧର୍ମୀୟ...

ହାତଗୋଡ଼ ବାନ୍ଧି ପୋଷ୍ଟମାଷ୍ଟରଙ୍କୁ ଘରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫ ଲକ୍ଷ ଟଙ୍କା

ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍‌...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ନାତୁଣୀଙ୍କ ଅଶ୍ଳୀଳ ଫଟୋ ପ୍ରଘଟ କରି ବନ୍ଧାହେଲେ ଅଜା

ନୀଳଗିରି,୧୨।୪(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଫଟୋ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାଙ୍କୁ...

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର,୮।୪: ବାଲେଶ୍ବର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯଶୋଦା ଦାସ। ରିପୋର୍ଟ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image