ଭଞ୍ଜନଗର,୧୦ା୨(ଡି.ଏନ୍.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ କାମିନୀବାଳା ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଗ୍ୟଲତା ବୁଧବାର ବାରୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ସମୟରେ ପୂର୍ବତନ ସରପଞ୍ଚ ସନ୍ତୋଷ ପ୍ରଧାନ, ସରପଞ୍ଚ ପ୍ରାର୍ଥିନୀ ମମତା ନାୟକ, ସମିତିସଭ୍ୟ ପ୍ରାର୍ଥିନୀ ବନିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜୋନ୍କୁ ବିଜେଡି ଦୀର୍ଘବର୍ଷ ହେଲା ନିଜ ଅକ୍ତିଆରରେ ରଖିଥିବା ବେଳେ ଚଳିତଥର ମଧ୍ୟ ଗଡ଼ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ବିରୋଧୀ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ମଧ୍ୟ ବିଜୟୀ ହେବାକୁ ଯୋଜନାରେ ଅଛନ୍ତି । ତେବେ ବିଜେଡ଼ି ପ୍ରଚାରରେ ଆଗୁଆ ଥିବା ଜଣାପଡ଼ିଛି।