ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ ବାହରୁଥିବା ପାଣି ପିଉଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓରେ ଅନେକ ଦାବି କରାଯାଉଛି। କେହି କେହି ଏହି ଜଳକୁ ଚରଣାମୃତ ବୋଲି କହୁଛନ୍ତି। କେହି ଏହାକୁ ଏସି ପାଣି କହୁଛନ୍ତି। ଏହି ସମୟରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ବାଙ୍କେ ବିହାରୀ ମନ୍ଦିରରେ ପହଞ୍ଚିଥିଲେ। ଭାଇରାଲ ଭିଡିଓର ସତ୍ୟତା ବୁଝାଇବାବେଳେ ମନ୍ଦିର ସେବକ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ବାଙ୍କେ ବିହାରୀ ମନ୍ଦିରରୁ ବାହାରୁଥିବା ଏହା ଜଳ ନା ଏସି ପାଣି,ସେ କହିଛନ୍ତି ନା ପ୍ରଭୁଙ୍କ ପବିତ୍ର ମନ୍ଦିରରେ କୌଣସି ଏସି ଲଗାଯାଇ ନାହିଁ। ଜଣେ ସେବାୟତ ପୁରୋହିତ ଶାଲୁ ଗୋସ୍ବାମୀ କହିଛନ୍ତି, ଯେଉଁମାନେ ଏହାକୁ ଏସି ପାଣି ବୋଲି କହୁଛନ୍ତି ସେମାନେ ମୂର୍ଖ। ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି, ସେମାନେ ଧର୍ମକୁ ପରିହାସ କରୁଛନ୍ତି ବୋଲି ସେ କହିଛନ୍ତି। ମନ୍ଦିରର ଗର୍ଭ ଗୃହରେ କୌଣସି ବୈଦ୍ୟୁତିକ ଉପକରଣ କିମ୍ବା ବିଦ୍ୟୁତ୍ ବ୍ୟବହାର କରାଯାଏ ନାହିଁ । ସେବାୟତ କୁହନ୍ତି, ‘ଏହା ସାଧାରଣ ଜଳ ନୁହେଁ। ଯେତେବେଳେ ବାଙ୍କେ ବିହାରୀଙ୍କୁ ସ୍ନାନ କରାଯାଏ କିମ୍ବା ଗର୍ଭ ସଫା କରାଯାଏ, ତେବେ ଏହି ଜଳ ଏହି ଡ୍ରେନ ମାଧ୍ୟମରେ ବାହାରିଥାଏ। ବିହାରୀ ଜୀ ଦ୍ୱାରା ଗାଧୋଇଥିବା ପାଣି ଅମୃତଭଣ୍ଡାଠାରୁ କମ୍ ନୁହେଁ । ଯେଉଁମାନେ ଏହାକୁ ଏସି ଜଳ ବୋଲି ଭାବନ୍ତି ସେମାନେ ଅତ୍ୟନ୍ତ ମୂର୍ଖ ଅଟନ୍ତି। ଏହା ହେଉଛି ସେହି ଜଳ ଯେଉଁଥିରେ ଆମର ପ୍ରିୟ ଭଗବାନ ସ୍ନାନ କରିଛନ୍ତି। ଭକ୍ତମାନେ ମଧ୍ୟ ଏହି ଜଳକୁ ଅତ୍ୟନ୍ତ ସ୍ବତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଏହା ଏସି ପାଣି ନୁହେଁ।
ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ମନ୍ଦିରର ଭିଡିଓ ଭାଇରାଲ ହୋଇଥିଲା। ଭକ୍ତମାନେ ଏସି ପାଣି ପିଉଥିବାର ଦାବି କରାଯାଉଥିଲା। କିନ୍ତୁ ପ୍ରତ୍ୟେକ ଥର ଇଣ୍ଟରନେଟରେ ଯାହା କୁହାଯାଏ ତାହା ସତ୍ୟ ନୁହେଁ। ଏସି ଜଳର ଦାବି ମିଥ୍ୟା ଅଟେ।