ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି

ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ଲିକ୍‌, ବିଭ୍ରାଟ ଘଟଣା ସୋସିଆଲ ମିଡିଆରେ ଘୂରିବୁଲେ। ମାତ୍ର ତାହାର ସତ୍ୟାସତ୍ୟ ଧରାପଡ଼େ ନାହିଁ କି ଜଣାପଡ଼େ ନାହିଁ। ଏପରି କି ଅନେକ ଘଟଣାକୁ ଚପାଇ ଦିଆଯାଉଥିବା ନେଇ ମଧ୍ୟ ବହୁ ସମୟରେ ଅଭିଯୋଗ ଉଠିଛି। କିନ୍ତୁ ଏଥର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି। କପି ଧରିବା ଓ ବିଶୃଙ୍ଖଳା ରୋକିବାରେ ଏଆଇ ବିଷେଶ ଫଳପ୍ରଦ ହୋଇଛି। କେଉଁଠି ମାଲ୍‌ ପ୍ରାକ୍ଟିସ୍‌ ରୋକିଛି ତ’ ଆଉ କେଉଁଠି ହଲ୍‌ ଭିତରେ ଅନଧିକାର ପ୍ରବେଶ କରିଥିବା ପୋଲିସ କର୍ମଚାରୀଙ୍କୁ ଧରିଛି ଏହି ଅତ୍ୟାଧୁନିକ ଟେକ୍ନୋଲୋଜି କୃତ୍ରିମ ବୁଦ୍ଧିମତ୍ତା।

ତେବେ ପ୍ରମାଣ ଥାଇ ସତ୍ତ୍ୱେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମନ୍ତ୍ରୀ, ଅଧିକାରୀ ସମସ୍ତେ ଏହାକୁ ଏଆଇର ସଫଳତା ବୋଲି କହୁଥିଲେ ମଧ୍ୟ ବିଭ୍ରାଟ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁହଁ ଖୋଲୁନାହାନ୍ତି। ଫଳରେ ପରୀକ୍ଷା ବିଭ୍ରାଟ ପାଇଁ ଛାତ୍ରୀଛାତ୍ର, ଅଭିଭାବକ ଆଶଙ୍କା ଭିତରେ ରହିଥିବାବେଳେ ବୋର୍ଡ ଓ ଶିକ୍ଷା ବିଭାଗର ନୀରବତାକୁ ନେଇ ଛାତ୍ରନେତାମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ରବିବାର ଛାତ୍ର କଂଗ୍ରେସ ଓ ଏବିଭିପି ପକ୍ଷରୁ ପୃଥକ୍‌ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇ ଦୃଢ଼ ପ୍ରତିବାଦ କରାଯାଇଛି।

ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦେଶରେ ପ୍ରଥମ ଥର ପାଇଁ ଏଆଇର ସହାୟତା ନେଇଛି। ରାଜ୍ୟର ପ୍ରାୟ ୧୦୦ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି ଏଆଇ ସର୍ଭେଲାନ୍ସ କ୍ୟାମେରା ଲାଗିଥିବାବେଳେ ଶତାଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ଲାଇଭ୍‌ ଷ୍ଟ୍ରିମିଂ ହେଉଛି। ଏହାଦ୍ୱାରା ବିଭିନ୍ନ କେନ୍ଦ୍ରରେ ହେଉଥିବା ତ୍ରୁଟିକୁ ଏଆଇ ଧରିବା ସହ ସତର୍କ କରାଉଛି। ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲାଯାଇଥିଲା। ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇ ନ ଥିଲା ଓ ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟଗୁଡ଼ିକ ବାହାରେ ରହିଥିଲା। ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା ନେଇ ଏଆଇ ସୂଚନା ଦେଇଥିଲା।

ସେହିଭଳି ନବରଙ୍ଗପୁର ଡାବୁଗାଁସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଥିଲା। ଏତେ ସବୁ ବିଭ୍ରାଟ ସାମ୍ନାକୁ ଆସିବା ପରେ ଏବେ ସବୁଠି ପ୍ରତିବାଦ ଦେଖାଦେଲାଣି। ମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ସ୍ପଷ୍ଟୀକରଣ ଦେବା ପାଇଁ ଛାତ୍ରନେତାମାନେ ଦାବି କରିଛନ୍ତି। ଏ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ବୋର୍ଡର ପ୍ରଶ୍ନପତ୍ର ଭାଇରାଲ ହେଉଛି। ତେଣୁ ବୋର୍ଡକୁ ତୁରନ୍ତ ଭାଙ୍ଗି ଦିଆଯାଇ ସିବିଏସ୍‌ଇ ପରି ନୂଆ ପରିଷଦ ଗଠନ କରି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଉ କିମ୍ବା ସିବିଏସ୍‌ଇ ଦ୍ୱାରା ଆଫିଲିଏଶନ କରି ସବୁ ଇଂଲିଶ ମିଡିୟମରେ ପାଠପଢ଼ା ଯାଇ ପରୀକ୍ଷା, ପରିଚାଳନା ଓ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉ। ନଚେତ ପ୍ରତିବର୍ଷ ଭଳି ଏଇ ଅପାରଗ ବୋର୍ଡ ଦାୟିତ୍ୱହୀନ ଭାବେ ପରୀକ୍ଷା ପରିଚାଳନା କରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସହିତ ଅଭିଭାବକଙ୍କୁ ଶଙ୍କାରେ ପକାଇ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭୁଶୁଡ଼େଇ ଦେବ ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri