Categories: ଜାତୀୟ

ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ଏହି ପ୍ରସଙ୍ଗରେ ଏକ ପିଟିଶନ ଦାଖଲ କରିଥିଲେ।
ତେବେ ଏ ବିଷୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ବିଧାୟକ ଭାବରେ ନିର୍ବାଚିତ ହେବା ପୂର୍ବରୁ କେଉଁ କେଉଁ ଅଯୋଗ୍ୟତାକୁ ପ୍ରାସଙ୍ଗିକତା କରାଯିବ ସେ ବିଷୟରେ ଧାରା ୧୯୧ରେ ଉଲ୍ଲେଖ ହୋଇଛି। ଆମେ ଆମ ପକ୍ଷରୁ ଏକ ନୂତନ ନିୟମ କରିପାରିବୁ ନାହିଁ ।
ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଅନେକ ଥର ଉଠାଇଛନ୍ତି। ୨୦୨୧ରେ ସରକାରଙ୍କୁ ଭାଙ୍ଗିବା ଲକ୍ଷ୍ୟରେ ଇସ୍ତଫା ଦେଇଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟା କୋର୍ଟରେ ଆବେଦନ କରିଥିଲେ।

 

Share