Categories: ଖେଳ

ପିସିବି ଅଭିଯୋଗ ଉପରେ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ବୁଧବାର ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅହମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ ଚାଲିଥିବା ବେଳେ ଦର୍ଶକମାନେ ପାକିସ୍ତାନ ଦଳକୁ ବୁ କରିଥିଲେ। ଏହାକୁ ନେଇ ପିସିବି ପକ୍ଷରୁ ଆଇସିସି ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା। ତେବେ ଆଇସିସିର ନିୟମ ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ କରାଯାଏ। ସମଗ୍ର ଷ୍ଟାଡିୟମ ପାଇଁ ଏହି ନିୟମ ଲାଗୁ କରାଯିବା ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଏକ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍‌ ଦେଖିଥିଲେ। ତେବେ ପାକିସ୍ତାନ ଦଳର ମାତ୍ର ୩ ଜଣ ସମର୍ଥକ ଏହି ମ୍ୟାଚ୍‌ ଦେଖିବା ପାଇଁ ଉପସ୍ଥିତ ଥିଲେ। ଏପରି କି ମହମ୍ମଦ ରିଜଓ୍ବାନ ଆଉଟ ହୋଇ ଫେରୁଥିବା ବେଳେ ଦର୍ଶକ ଷ୍ଟାଣ୍ଡରୁ ଜୟ ଶ୍ରୀରାମର ନାରା ଆସିଥିଲା। ପାକିସ୍ତାନ କ୍ରିକେଟର ନିର୍ଦ୍ଦେଶକ ମିକି ଆର୍ଥର ଏହାକୁ ନେଇ ପ୍ରେସ୍‌ ମିଟ୍‌ରେ ମଧ୍ୟ ଆଲୋଚନା କରିଥିଲେ। ତେବେ କୌଣସି ଖେଳାଳି ଆହତ ହୋଇ ନ ଥିବା ବେଳେ ଜାତିଆଣ ମନ୍ତବ୍ୟ ମଧ୍ୟ ଦିଆଯାଇନାହିଁ। ତେଣୁ ମାମଲାକୁ ଖାରଜ କରିଦେଇଛି ଆଇସିସି।

Share