Categories: ରାଜ୍ୟ

ଓଡ଼ିଶାରେ ହେବନାହିଁ ମେଣ୍ଟ: ମନମୋହନ ସାମଲ

ଭୁବନେଶ୍ୱର,୧ା୩: ଶୁକ୍ରବାର ରାତି କିମ୍ବା ଶନିବାର ସୁଦ୍ଧା ଭାଜପାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିବ। ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଏହା ସହିତ ଗତ କିଛି ଦିନ ହେବ ଚର୍ଚ୍ଚାରେ ବିରାମ ଦେଇ ଓଡ଼ିଶାରେ ମେଣ୍ଟ ହେବନାହିଁ ବୋଲି କହିଛନ୍ତି।

ରାଜ୍ୟରେ ଭାଜପା ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବ। ରାଜ୍ୟର ସବୁ ଆସନରେ ସମସ୍ତଙ୍କୁ ପରିଶ୍ରମ କରିବାକୁ କୁହାଯାଇଛି। ମେଣ୍ଟ ହେବ ବୋଲି କିଏ ଗୁଜବ କରୁଛି ଜଣା ନାହିଁ। ଗୁଜବର କିଛି ହାତ ଗୋଡ ନାହିଁ। କେନ୍ଦ୍ରୀୟ ପାର୍ଲାମେଣ୍ଟ କମିଟି ଓ ସିଇସି ପ୍ରାର୍ଥୀ ତାଲିକା ଘୋଷଣା କରିବେ।

Share