Categories: ଜାତୀୟ

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍‌ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଏଏପି ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଔପଚାରିକ ଭାବେ ଘୋଷଣା କରିଛି। ବର୍ତ୍ତମାନ ଦେଶରେ ରାଜନୈତିକ ପରିସ୍ଥିତି ଭୟଙ୍କର ରହିଛି। ଏଭଳି ସ୍ଥିତିରେ କୌଣସି ଟୋପିବାଲା ସହ ଦଳ ମେଣ୍ଟ କରିବ ନାହିଁ ବୋଲି ବିଟିପି ପ୍ରତିଷ୍ଠାତା ଛୋଟୁ ଭାସଭା କହିଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତ ଦଳ ସବୁବେଳେ ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରିଆସିଛି। ଯଦି ଏଏପି ସହ ମେଣ୍ଟ ରଖାଯାଏ ତେବେ ନିଜ ଦଳକୁ କ୍ଷତି ହେବ ହେବ ବୋଲି ଭାସଭା ମନ୍ତବ୍ୟ ଦେଇଛନ୍ତି। ତେବେ ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଟିପି ଏକକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ୧୮୨ଟି ଆସନରୁ ୨୭ଟି ଆସନ ଉପରେ ଆଦିବାସୀ ସମାଜର ପ୍ରଭାବ ରହିଛି। ତେବେ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଭାଙ୍ଗିବା ଏଏପିକୁ ଶକ୍ତ ଝଟ୍‌କା ଦେଇଛି ବୋଲି  ଚର୍ଚ୍ଚା ହେଉଛି।

Share