Categories: ଜାତୀୟ

ଉତ୍ତର ପ୍ରଦେଶରେ ସଡ଼କ ଉପରେ ନମାଜ ପଢିବା ମନା

ଲକ୍ଷ୍ନୌ,୨୯ ।୪: ଲାଉଡ ସ୍ପିକର ବିବାଦ ମଧ୍ୟରେ ଇଦ ପୂର୍ବରୁ ଶୁକ୍ରବାର ପାଳନ କରାଯାଉଛି ଅଲବିଦା ଜୁମେ କି ନମାଜ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିବାଦକୁ ଦେଖି ମୁସଲମାନ ଧର୍ମଗୁରୁମାନେ ସଡ଼କ ଉପରେ ନମାଜ ନ ପଢିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ବି କିଛି ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ବି ସଡ଼କ ଉପରେ ନମାଜ ପଢିବାକୁ ବାରଣ କରାଯାଇଛି ।
ଉତ୍ତର ପ୍ରଦେଶ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ, କୌଣସି ସ୍ଥାନରେ ସଡ଼କ ଉପରେ ନମାଜ ପଢାଯାଇ ପାରିବ ନାହିଁ । ଲୋକମାନଙ୍କୁ ଘରେ ଅଥବା ମସଜିଦରେ ନମାଜ ପଢିବାକୁ କୁହାଯାଇଛି । ଏହାସହ ଲାଉଡସ୍ପିକରର ଭଲ୍ୟୁମକୁ ମଧ୍ୟ ନିର୍ଦ୍ଧାରିତ ରେଞ୍ଜ ଭିତରେ ରଖିବାକୁ କୁହାଯାଇଛି । ତେବେ ପ୍ରଥମଥର ଲାଗି ମୁସଲମାନ ଧର୍ମଗୁରୁମାନେ ସାମ୍ନାକୁ ଆସି ଲୋକମାନଙ୍କୁ ସଡ଼କ ଉପରେ ନମାଜ ନ ପଢିବାକୁ ଅପିଲ କରିଛନ୍ତି ।

Share