Categories: ଜାତୀୟ

ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ

ନୂଆଦିଲ୍ଲୀ,୪।୧୦ : କ୍ରୁଜ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି। ୨୩ ବର୍ଷୀୟ ଆର୍ୟନଙ୍କୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ହେପାଜତକୁ ପଠାଇ ଦିଆଯାଇଛି। ଜାମିନ ଆବେଦନର ଶୁଣାଣି ବେଳେ ଆର୍ୟନଙ୍କ ବାପା ଶାହରୁଖ କିମ୍ବା ମା’ ଗୌରି ଖାନ ଉପସ୍ଥିତ ନ ଥିଲେ।

ବର୍ତ୍ତମାନ ତଦନ୍ତକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଜାରି ରଖାଯିବା ଦରକାର। ଏହା ଦ୍ୱାରା ଉଭୟ ଅଭିଯୁକ୍ତ ଓ ତଦନ୍ତକାରୀ ଅଧିକାରୀ ଲାଭବାନ ହେବେ ବୋଲି ବୋଲି ଆର୍ୟନଙ୍କ ମାମଲାରୁ ଶୁଣାଣି କରୁଥିବା ବିଚାରପତି କହିଛନ୍ତି।

Share