Categories: ଜାତୀୟ

କୌଣସି ଭାଜପା ନେତାଙ୍କର ଆତଙ୍କବାଦୀ ଆକ୍ରମଣରେ ହୋଇନାହିଁ ମୃତ୍ୟୁ: ସିଦ୍ଦାରାମାୟା…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଆତଙ୍କବାଦ ଉପରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣରେ କୌଣସି ଭାଜପା ନେତାଙ୍କର ମୃତ୍ୟୁ ହୋଇନାହିଁ। ଭାଜପା କହୁଛି ଆମେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛୁ। କିନ୍ତୁ ଆମର କଂଗ୍ରେସ ନେତା ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଉଭୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ସେମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି।

ଭାଜପା ଦେଶ ପାଇଁ କ’ଣ କରିଛି। ଦେଶର ସ୍ବାଧୀନତାରେ ଭାଜପାର କୌଣସି ଅବଦାନ ନାହିଁ। ଏହି ଦଳ କେବଳ ମିଛ କହି ଭୋଟ ହାତେଇଥାଏ। ଦେଶର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଈ ଠକିବା ଭାଜପାର କାମ। ଅପରପକ୍ଷରେ କଂଗ୍ରେସ ଦଳ ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଦେଶର ବିକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବଳିଦାନ ଦେଇଛି ବୋଲି ସେ କହିଛନ୍ତି।

Share