ଆଜି ରାତିରୁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୩୦।୬: ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ମଙ୍ଗଳବାର ରାତି ୯ଟାରୁ ୨ ତାରିଖ ରାତି ୧୧ଟା ୩୦ ପର୍ଯ୍ୟନ୍ତ ପୁରୀକୁ ବସ୍‌, ଟ୍ରେନ୍‌ ଆଦି ଚଳାଚଳ ବନ୍ଦ ରହିବ। ପୁରୀକୁ ସାଧାରଣ ଲୋକ ଯେଭଳି ନ ଯିବେ, ସେଥିପାଇଁ କଟକଣା ଲଗାଯାଇଛି। ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ଜିଲାପାଳ ବଲଓ୍ବନ୍ତ ସିଂ ପୁରୀବାସୀଙ୍କୁ ନିବେଦନ କରିଛନ୍ତି।

Share