ଘାରୁଛି ଭୟ: ୫ ପଞ୍ଚାୟତର ଜଣେ ବି ପ୍ରାର୍ଥୀ କରିନାହାନ୍ତି ନାମାଙ୍କନ ଦାଖଲ

ଦେବଗଡ଼,୨୧।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଳେଇବଣି ବ୍ଲକର ୫ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ୱାର୍ଡସଭ୍ୟ, ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ ହୋଇନାହିଁ। ମୋବାଇଲ ନେଟୱାର୍କ ସମସ୍ୟା ଯୋଗୁ ପୂର୍ବରୁ ସ୍ଥାନୀୟ ବାସିନ୍ଦା ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ନାମାଙ୍କନପତ୍ର ଦାଖଲ କଲେ ପଞ୍ଚାୟତ ବିରୋଧୀ ଘୋଷଣା କରିବା ନେଇ ଚେତାବନୀ ଦିଆଯାଇଥିଲା। ପଞ୍ଚାୟତ ବିରୋଧୀ ଭୟ ଯୋଗୁ ଜଣେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଏହି ସବୁ ପଞ୍ଚାୟତରେ ପ୍ରାର୍ଥିପତ୍ର ଦାଖଲ ହୋଇ ନ ଥିବା ତିଳେଇବଣି ବିଡିଓ ସୂଚନା ଦେଇଛନ୍ତି।

Share