ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତେବେ ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି ରାୟ ଦେଇଛନ୍ତି। ଅଲଖ ପ୍ରିୟାଙ୍କ ପକ୍ଷରୁ ମାମଲାର ସିବିଆଇ ଯାଞ୍ଚ୍‌ ପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା। ତେବେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଆବେଦନକାରୀଙ୍କର କୌଣସି ନିହିତ ଉଦ୍ଦେଶ୍ୟ ନାହିଁ। ଏହି ମାମଲା ବମ୍ବେ ହାଇକୋର୍ଟ ଯିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ଭଲ ଅବା ଖରାପ ଥିଲେ ତାହାର କୌଣସି ସମ୍ପର୍କ ଏହି ମାମଲାରେ ଜଡ଼ିତ କରାଯିବା ଅନାବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

Share