Categories: ଜାତୀୟ

ଫେବୃୟାରୀରୁ ହୋଇନି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ନ ହେବା ନେଇ ଚୁକ୍ତି ହେବା ପରେ ଫେବୃୟାରୀଠାରୁ ଏଲ୍‌ଓସିରେ ଶାନ୍ତି ବଜାୟ ରହିଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌. ଏମ୍‌. ନରଓ୍ବଣେ ସୋମବାର କହିଛନ୍ତି। ଚାଇନା ସହ ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ସେନା ପକ୍ଷରୁ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରି ନରଓ୍ବଣେ କହିଲେ, ଭାରତ ପାଖରେ ୧୫ ହଜାର କି.ମି.ରୁ ଅଧିକ ଭୂମି ସୀମା ନିକଟରେ ରହିଛି। ପଶ୍ଚିମରେ ପାକିସ୍ତାନ ସହ ଏବଂ ଉତ୍ତର ଓ ପୂର୍ବରେ ଚାଇନା ସହ ସୀମା ବିବାଦ ରହିଛି। ଏହାର ସମାଧାନ କରି ଆଗକୁ ବଢ଼ିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଛି।

Share