‘ସ୍ତ୍ରୀଙ୍କୁ ଡରାଇବାର ସୁଯୋଗ ଦେଇନି’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମରେ ଅକ୍ଷୟ ପୁଣିଥରେ ଅଭିନେତ୍ରୀ ଭୂମି ପେଡେନକରଙ୍କ ସହ ନଜର ଆସିବେ। ଭାଇ ଏବଂ ତାଙ୍କର ଚାରି ସାନ ଭଉଣୀଙ୍କ ଉପରେ ଆଧାର କରି ଏହି ଫିଲ୍ମ ଅଗଷ୍ଟ ୧୧ରେ ରାଖି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅକ୍ଷୟ ଏହ ଫିଲ୍ମକୁ ହିଟ୍‌ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ସେ ତାଙ୍କ ଫିଲ୍ମର ପ୍ରମୋଶନ କରୁଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ ତାଙ୍କ ବଡ଼ ଭଉଣୀ ଅଳକା ଭାଟିଆ ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କ ବିଷୟରେ କହିଥିଲେ।

ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ସେ କିପରି ତାଙ୍କ ଜୀବନରେ ଭଉଣୀ ଅଳକାଙ୍କ ସହ ରକ୍ଷା ବନ୍ଧନ ପର୍ବ ପାଳନ କରିଥାନ୍ତି। ସେ କହିଛନ୍ତି, ଶୀଘ୍ର ଉଠିବା ଏବଂ ସ୍କୁଲରୁ ଗୋଟିଏ ଦିନ ଛୁଟି ନ କରିବା ହେଉଛି ରକ୍ଷା ବନ୍ଧନର ସବୁଠୁ ସୁନ୍ଦର ସ୍ମୃତି। ଯେହେତୁ ଆମେ କ୍ୟାଥେଲିକ୍‌ ସ୍କୁଲ୍‌ରେ ପଢୁଥିଲୁ। ତେଣୁ ଉତ୍ସବ ପାଳନ ପାଇଁ ଛୁଟି ମିଳେନାହିଁ। ତଥାପି ସକାଳୁ ଭଉଣୀ ତାଙ୍କ ହାତରେ ରାଖି ବାନ୍ଧନ୍ତି। ଆଜି ବି ସେହି ପରମ୍ପରା ରହିଆସିଛି।

ସେହିପରି ଅକ୍ଷୟ ସ୍ତ୍ରୀଙ୍କ ବିଷୟରେ କହିଛନ୍ତି, ଟ୍ବିଙ୍କିଲ୍‌ ମୋତେ ଡରାଇବାର ସୁଯୋଗ ମୁଁ ତାଙ୍କୁ ଦେଇନାହିଁ। ମୁଁ କେବଳ ଘରୋଇ, ପାରିବାରିକ ଫିଲ୍ମ କରେ। ମୋର ବିଶ୍ୱାସ ସର୍ବଦା ପାରିବାରିକ ଫିଲ୍ମ। ମୋ’ ଫିଲ୍ମଗୁଡ଼ିକ ସେନ୍ସର ବୋର୍ଡରୁ ‘ଏ’ ସାର୍ଟିଫିକେଟ୍‌ ପାଇଛି। ତେଣୁ ମୁଁ ମୋ କାମକୁ ନେଇ ଭୟ କରିବାର କୌଣସି ସୁଯୋଗ ଟ୍ବିଙ୍କିଲ୍‌ଙ୍କୁ ଦେଇନାହିଁ।

Share