Categories: ଜାତୀୟ

ନୋଟ ଉପରୁ ହଟାଯିବ କି ମହାତ୍ମା ଗାନ୍ଧୀଙ୍କ ଛବି, ସ୍ପଷ୍ଟ କଲା ଆରବିଆଇ

ନୂଆଦିଲ୍ଲୀ,୬ ।୬: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ବର୍ତ୍ତମାନ ଚାଲୁଥିବା କରେନ୍ସି ନୋଟ ଓ ବ୍ୟାଙ୍କ ନୋଟ୍ସରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇଦେବା ଖବରକୁ ଖଣ୍ଡନ କରିଛି । ଆରବିଆଇ ଏକ ବୟାନ ଜାରି କରି କହିଛି, ଗଣମାଧ୍ୟମରେ ଆସିଥିବା କିଛି ରିପୋର୍ଟରୁ ଜଣାପଡିଛି କି ଆରବିଆଇ ବର୍ତ୍ତମାନ ସମୟରେ ପ୍ରଚଳିତ ବ୍ୟାଙ୍କ ନୋଟ ଓ କରେନ୍ସିରୁ ମହାତ୍ମା ଗାନ୍ଧୀଙ୍କ ଛବି ବଦଳାଇ ଆଉ କାହା ଛବି ଲଗାଇବାକୁ ଯୋଜନା କରିଛି । ହେଲେ ଆରବିଆଇ କହିଛି ଏଭଳି କୌଣସି ପ୍ରସ୍ତାବ ଏବେ ପର୍ଯ୍ୟନ୍ତ ନାହିଁ ।
ସୂଚନାଯୋଗ, କିଛି ଗଣମାଧ୍ୟମରେ ରିପୋର୍ଟ ଆସିଥିଲା କି ଅର୍ଥ ମନ୍ତ୍ରଣାଳୟ ଓ ଆରବିଆଇ ନୂଆ ସିରିଜର ନୋଟରେ ରବିନ୍ଦ୍ରନାଥ ଟାଗୋର ଓ ମିଶାଇଲ ମ୍ୟାନ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଫଟୋଥିବା ସିରିଜର ନୂଆ ନୋଟ ଛାପିବାକୁ ନେଇ ବିଚାର କରୁଛନ୍ତି । ହେଲେ ଏବେ ଏହି ଖବରକୁ ଆରବିଆଇ ଖଣ୍ଡନ କରିଛି । ଆରବିଆଇ ଟୁଇଟ କରି ପ୍ରେସ ରିଲିଜ ମାଧ୍ୟମରେ ଏହା ସ୍ପଷ୍ଟ କରିଛି ଯେ ଏବେ ସୁଦ୍ଧା ଏମିତି କୌଣସି ଯୋଜନା ନାହିଁ ।

Share