Categories: ଜାତୀୟ

ଛଟ୍‌ ପୂଜାକୁ ନା….

ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ)ଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ସାର୍ବଜନୀକ ସ୍ଥାନରେ ଛଟ୍‌ ପୂଜା କରିହେବ ନାହିଁ। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛଟ୍‌ ପୂଜା ଉପରେ ପହରା ଲାଗିଛି। ଏହା ସହିତ କରୋନା କଟକଣାକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସ୍ଥିତିରେ ସୁଧାର ଆସି ନଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିି ଗ୍ରହଣ କରାଯାଇଛି।
ଛଟ୍‌ ପୂଜାରେ ହେଉଥିବା ଭିଡ଼ ଯୋଗୁ ସଂକ୍ରମଣ ହେବାର ଆଶଙ୍କ ରହିଥିବା ଡିଡିଏମ୍‌ଏ ପକ୍ଷରୁ କୁହାଯାଇଛି।

Share