Categories: ଜାତୀୟ

ମିଲିଟାରୀ କ୍ୟାଣ୍ଟିନ୍‌ରେ ମିଳିବନି ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୪।୧୦: ଏବେ ଆଉ ମିଲିଟାରୀ କ୍ୟାଣ୍ଟିନ୍‌ରେ ଚାଇନା ସାମଗ୍ରୀ ମିଳିବନି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ଥିବା ୩ ହଜାର ୫୦୦ରୁ ଅଧିକ ମିଲିଟାରୀ କ୍ୟାଣ୍ଟିନ୍‌ରେ ଏହି ଆଇନ୍‌ ଲାଗୁ ହେବ। ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଚାଇନାର ସମସ୍ତ ସାମଗ୍ରୀ ସହିତ ସ୍କଚ୍‌ ଏବଂ ଅନ୍ୟ ବିଦେଶୀ ମଦ ଉପରେ କଟକଣା ଲଗାଯିବ। ମିଲିଟାରୀ କ୍ୟାଣ୍ଟିନ୍‌ରେ ୫ ହଜାରରୁ ଅଧିକ ପ୍ରକାର ସାମଗ୍ରୀ ଉପଲବ୍ଧ ହୋଇଥାଏ। ସେଥିମଧ୍ୟରୁ ୪୦୦ରୁ ଅଧିକ ସାମଗ୍ରୀ ବାହାର ଦେଶର। ସେଥିମଧ୍ୟରୁ ଅଧିକାଂଶ ଚାଇନାରୁ ଆସିଥାଏ। ଚାଇନାରୁ ଆସୁଥିବା ସାମଗ୍ରୀ ମଧ୍ୟରେ ଟଏଲେଟ୍‌ ବ୍ରଶ୍‌, ଡାଏପର, ରାଇସ୍‌ କୁକର, ଇଲେକ୍ଟ୍ରିକ୍‌ କେଟଲି, ସ୍ୟାଣ୍ଡଓ୍ବିଚ୍‌ ଟୋଷ୍ଟର, ଭାକ୍ୟୁମ୍‌ କ୍ଲିନର, ସନ୍‌ ଗ୍ଲାସ୍‌, ମହିଳାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌, ଲାପଟପ୍‌ ଏବଂ ଡେସ୍କ୍‌ ଟପ୍‌ ଆଦି ରହିଛି। ମାତ୍ର ଏବେ ଏସବୁକୁ ସମସ୍ତ ମିଲିଟାରୀ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ।

Share