ଚାରମାଳରେ ବଡ଼ଠାକୁର ପଡ଼ିଯିବା ଘଟଣା: ତଦନ୍ତ ଲାଗି ଗଠନ ହୋଇନାହିଁ କମିଟି

ପୁରୀ,୨୯ା୭: ପୁଣି ଭକ୍ତଙ୍କ ଭାବାବେଗ ସହିତ ଖେଳ। ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ବଡ଼ଠାକୁର ଚାରମାଳ ଉପରେ ପଡ଼ିଯିବା ଘଟଣା ଦେଶ ଦୁନିଆର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ କଷ୍ଟ ଦେଇଥିଲା। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ନୀଳାଦ୍ରି ବିଜେଠାରୁ ୧୦ ଦିନ ମଧ୍ୟରେ ୩ଜଣିଆ ଟିମ୍ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ଅର୍ଥାତ ସୋମ‌ବାର ତଦନ୍ତ ରିପୋର୍ଟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ପହଞ୍ଚିବା କଥା। କିନ୍ତୁ ବଡ଼ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ୩ଜଣିଆ କମିଟି ଗଠନ ହୋଇପାରିନାହିଁ। କମିଟି ଗଠନ ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଅଧିକାରୀ।

ଅଧିକାରୀ ସୂଚନା ଦେଇଛନ୍ତି, କମିଟି ଗଠନ ଲାଗି ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରାଯାଇଛି। ଜିଲାପାଳ, ଜଣେ ଅତିରିକ୍ତ ଜିଲାପାଳ ଓ ଏସ୍‌ପି, ଜଣେ ଅତିରିକ୍ତ ଏସ୍‌ପିଙ୍କ ନାମ ସୁପାରିସ କରିବା ପରେ କମିଟି ଗଠନ ହେବ। କମିଟିରେ ଶ୍ରୀମନ୍ଦିର ନୀତି ପ୍ରଶାସକ ରହିବେ। ପୂର୍ଣାଙ୍ଗ କମିଟି ଗଠନ ହେବା ପରେ ତଦନ୍ତ କରାଯାଇ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯିବ।

ତେବେ ଆଜି ପର୍ଯ୍ୟନ୍ତ ଠାକୁରଙ୍କ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଅନ୍ଧାରରେ ରଖିଛି ପ୍ରଶାସନ। ସବୁଠାରୁ ବଡ଼ କଥା ଅଗଣିତ ଶ୍ରଦ୍ଧାଳୁ ଓ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳା ଯାଉଛି। ଠାକୁରଙ୍କ କୁରଙ୍କ ତଳେ ପଡ଼ିଯିବା ଘଟଣାକୁ ନେଇ ସମସ୍ତଙ୍କ ମନରେ ଉଦ୍‌ବେଗ ରହିଥିବା ବେଳେ ପ୍ରଶାସନ ଏପର୍ଯ୍ୟନ୍ତ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠାକୁର ପଡିଯିବା ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ ଖାମଖିଆଲ ଭାବେ ନେଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଅନେକଙ୍କୁ ବ୍ୟଥିତ କରିଛି। ତେଣୁ କେବେ କମିଟି ଗଠନ ହୋଇ ତଦନ୍ତ ରିପୋର୍ଟ ପ୍ରଦାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ...

Karni Sena: କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ହତ୍ୟା, କାରରୁ ଓହ୍ଲାଇବା ସମୟରେ ଫୁଟିଲା ଗୁଳି

ରାଞ୍ଚି,୨୧।୪: ଝାଡ଼ଖଣ୍ଡ ଜାମସେଦପୁରରେ ଅପରାଧ ବେଳକୁ ବେଳ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ରବିବାର (ଏପ୍ରିଲ ୨୦)ରେ ଦେଖିବାକୁ ମିଳିଥିଲା, ଯେତେବେଳେ ଶ୍ରୀ ରାଜପୁତ...

ନିଖୋଜ ଆଶୀର୍ବାଦଙ୍କ ମୃତଦେହ ମିଳିଲା: ମାରି ଫିଙ୍ଗିଥିଲେ ଦାଦା!

ଡେଲାଙ୍ଗ,୨୧ା୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ...

ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ

ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ...

ଆଜି ଭୁବନେଶ୍ୱରରେ ନୁହେଁ, ସମ୍ବଲପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର): ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ବାହାରେ ଲୋକଙ୍କ ଅଭିଯୋଗ ଶୁଣିବେ। ସୋମବାର ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ...

ଆଜି ମୋଦି-ଭାନ୍ସ ଆଲୋଚନା

ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image