ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ ଯେ ଦିଲ୍ଲୀରେ ଜୁଲାଇ ୩୧ ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ପାଞ୍ଚ ଲକ୍ଷ ଛୁଇଁବ। ତେବେ ଏହାର କୌଣସି ସତ୍ୟାସତ୍ୟ ନାହିଁ। ଏହାକୁ ନେଇ ଲୋକ ଭୟଭୀତ ହୋଇଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସରକାର କରୋନା ସଂକ୍ରମଣ ବିରୋଧରେ ଯୋଜନାବଦ୍ଧ ଭାବେ ଲଢ଼େଇ ଜାରି ରଖିଛନ୍ତି। ପ୍ରତିଦିନ ରାତ୍ରରେ କରୋନା ଅପଡେଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କକୁ ଦିଆଯାଉଥିବା ଶାହା ଟୁଇଟ୍‌ କରି କହିଛନ୍ତି।

Share