Posted inଜାତୀୟ

ଦାବି ସହ ସାଲିସ ନାହିଁ

ନୂଆଦିଲ୍ଲୀ,୭ା୧୨: କେନ୍ଦ୍ର ସରକାର ଯେତେ ଭୁଆଁ ବୁଲାଇଲେ ବି ଦାବି ସହ ସାଲିସ କରାଯିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନରତ କୃଷକ। ଆସନ୍ତା ୯ ତାରିଖରେ କୃଷକ-କେନ୍ଦ୍ର ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଥିବାବେଳେ ସରକାର ଏହି ଆଇନରେ ସଂଶୋଧନ ଆଣିବାକୁ ସଙ୍କେତ ଦେଇଛନ୍ତି। ତେବେ ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକମାନେ ଅଡ଼ିବସିଛନ୍ତି। ଇତିମଧ୍ୟରେ ଚାଷୀଙ୍କ ପକ୍ଷରୁ ୮ରେ ହେବାକୁ ଥିବା ଭାରତ ବନ୍ଦକୁ ୧୦ ବିରୋଧୀ ଦଳର ସମର୍ଥନ ମିଳିଛି। ୯ରେ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନେତୃତ୍ୱରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବେ।
କୃଷକ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ରବିବାର ଡିଏମ୍‌କେ ଏବଂ ଏହାର ୯ ସହଯୋଗୀ ଦଳ ଏମ୍‌ଡିଏମ୍‌କେ, ସିପିଆଇ, ସିପିଏମ୍‌, ସିଭିକେ, ଆଇୟୁଏମ୍‌ଏଲ୍‌, କଂଗ୍ରେସ, ଏମ୍‌ଏମ୍‌କେ, ଆଇଜେକେ ଏବଂ କେଏନ୍‌ଏମ୍‌ଏନ୍‌କେ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛନ୍ତି। ତାମିଲନାଡୁରେ କୃଷକ, ବ୍ୟବସାୟୀ, ଟ୍ରେଡ୍‌ ୟୁନିୟନ, ସରକାରୀ କର୍ମଚାରୀ ଓ ଅନ୍ୟ ସଙ୍ଗଠନଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ୧୦ ଦଳ ପକ୍ଷରୁ ଏକ ମିଳିତ ବିବୃତିରେ ଆହ୍ବାନ ଦିଆଯାଇଛି। କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ମଧ୍ୟ କୃଷକ ଆନ୍ଦୋଳନ ସପକ୍ଷରେ ଦିଲ୍ଲୀକୁ ଏକ ପ୍ରତିନିଧି ଦଳ ପଠାଇଛି। ସେହିପରି ଭାଜପା ଶାସିତ କର୍ନାଟକର ଚାଷୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ରରୁ ନେଇ ଗୁଜରାଟ ପର୍ଯ୍ୟନ୍ତ ଛାତ୍ର ସଙ୍ଗଠନ ଓ ଟ୍ରେଡର୍ସ ୟୁନିୟନ୍‌ ଏହାକୁ ସମର୍ଥନ ଦେଇଛନ୍ତି।
ଭାରତୀୟ କିଷାନ ୟୁନିୟନ୍‌ ଲୋକ ଶକ୍ତି ନୋଏଡାସ୍ଥିତ ରାଷ୍ଟ୍ରୀୟ ଦଳିତ ପ୍ରେରଣା ସ୍ଥଳରୁ ଦିଲ୍ଲୀ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିଛି। ସେପଟେ ୬ ମାସ ପାଇଁ ଖାଦ୍ୟ, ବସ୍ତ୍ର ଓ ଅନ୍ୟ ଜରୁରୀ ସାମଗ୍ରୀ ଧରି ଦିଲ୍ଲୀ ସମେତ ଜାତୀୟ ରାଜଧାନୀର ସୀମା ସଂଲଗ୍ନ ରାସ୍ତାଗୁଡ଼ିକରେ ଡେରା ପକାଇଥିବା ଲକ୍ଷ ଲକ୍ଷ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କୃଷକ ନେତା ଜଗନମୋହନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୮ରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଖଚକ ବନ୍ଦ ରହିବ। ଏପରି କି କ୍ଷୀର ଓ ଗ୍ରସେରି ଦୋକାନ ମଧ୍ୟ ଖୋଲାଯିବ ନାହିଁ। ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି, ସଂଯୁକ୍ତ କିଷାନ ମୋର୍ଚ୍ଚାରେ ସାମିଲ ସମସ୍ତ ସଙ୍ଗଠନ ଗୋଟିଏ ଦାବି ଦୋହରାଉଛନ୍ତି। ତାହା ହେଲା କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ। ଏହି ଆନ୍ଦୋଳନକୁ ବଦନାମ କରା ନ ଯାଉ। ଚାଷୀ ନେତା ବଳଦେବ ସିଂ ନିହାଲଗଡ଼ଙ୍କ ମତରେ ଏହି ବିକ୍ଷୋଭ କେବଳ ପଞ୍ଜାବର ନୁହେଁ। ଏଥିରେ ସାରା ଦେଶର ଚାଷୀ ଯୋଗଦେଇଛନ୍ତି। ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ସବୁକିଛି ବନ୍ଦ ରହିବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ଆମ୍ବୁଲାନ୍ସ ସେବା ଓ ବରଯାତ୍ରୀ ପ୍ରସେଶନ ଗାଡ଼ିକୁ ଛାଡ଼ିଦିଆଯିବ।
ଅନ୍ୟପକ୍ଷେ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ସଂକ୍ରାନ୍ତରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକର ବରିଷ୍ଠ ନେତାମାନେ ଭାରତ ବନ୍ଦର ପରଦିନ ଅର୍ଥାତ୍‌ ୯ରେ ରାଷ୍ଟ୍ରପତିଙ୍କୁ ଭେଟିବେ। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ସିପିଆଇଏମ୍‌ ପଲିଟିବ୍ୟୁରୋ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ଡିଏମ୍‌କେ ଏମ୍‌ପି ଟିଆର୍‌ ବାଲୁ, ଆର୍‌ଜେଡିର ମନୋଜ ଝା ପ୍ରମୁଖ ଏନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ: ତିରୁପତି ବାଲାଜୀରେ ଲଡୁ ପ୍ରସାଦ ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri