କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌ ଶୁକ୍ରବାର କିମ୍ବା କାଲି ଜାରି କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନାସ୍ଥା ପ୍ରସ୍ତାବ ହେବା ଦିନଠାରୁ କେସିଙ୍ଗା ରାଜନୀତି ଦିନକୁ ଦିନ ନୂଆମୋଡ଼ ନେଉଛି। ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଏକଛତ୍ରବାଦ ବିରୋଧରେ ୩୯ ଜଣ ସମିତିସଭ୍ୟ ଏବଂ ସରପଞ୍ଚ ଏକ ହୋଇ ଅନାସ୍ଥା ଆଣିଛନ୍ତି। ଯାହାକି ଅଧ୍ୟକ୍ଷ ପଦ ଯିବା ସ୍ପଷ୍ଟ ହୋଇଯାଇଛି। ଏହା ମଧ୍ୟରେ ଅନାସ୍ଥା ସପକ୍ଷଙ୍କ ସମର୍ଥନରେ ଥିବା ସରପଞ୍ଚମାନଙ୍କ ବିରୋଧରେ ତାଙ୍କ ଓ୍ବାର୍ଡମେମ୍ବରମାନଙ୍କୁ ଧମକଚମକ ଦେବା ସହ ପ୍ରଲୋଭନ ଦେଖାଇ କେଉଁ ପଞ୍ଚାୟତରେ ୩ ଜଣ ତ ଆଉ କେଉଁ ପଞ୍ଚାୟତର ୪ଜଣ ଓ୍ବାର୍ଡମେମ୍ବରଙ୍କୁ ଧରି ଅନାସ୍ଥା ଆଣିବାକୁ ସରପଞ୍ଚମାନଙ୍କୁ ଧମକ ଦିଆଯାଉଥିବା ସୂଚନା ମିଳିଛି। ଏହି ସରପଞ୍ଚମାନେ କୌଣସି ଭୟଭୀତ ନ ହୋଇ ସ୍ଥିର ଥିବା ଏବଂ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥାକୁ ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି।
କଶ୍ରୁପଡ଼ା ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା କେବଳ ଏକ ଗୁଜବ ଏବଂ ଯେହେତୁ ସେହି ପଞ୍ଚାୟତର ୨ ଜଣ ଓ୍ବାର୍ଡମେମ୍ବର ଅଯୋଗ୍ୟ ଅଛନ୍ତି। ଯାହାକି ଜିଲାପାଳଙ୍କଠାରେ ବିଚାରାଧୀନ ଅଛି। ତେଣୁ ଏହା କାଶ୍ରୁପଡ଼ା ସରପଞ୍ଚଙ୍କୁ ଭୟଭୀତ କରିବା ପାଇଁ ଏହି ଗୁଜବ ପ୍ରଚାର କରାଯାଉଥିବା କୁହାଯାଉଛି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ର ନୋଟିଫିକେଶନ ଆଜି କିମ୍ବା କାଲି ଘୋଷଣା କରା ଯିବାର ଜଣାପଡ଼ିଛି। ଯେହେତୁ ବ୍ଲକ ଅଧ୍ୟକ୍ଷଙ୍କ ପାଖରେ ୧୯ ଜଣଙ୍କ ସମର୍ଥନ ନାହିଁ ତେଣୁ ସେ ନିଶ୍ଚିତ ଅନାସ୍ଥାରେ ହାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଯାହା ପାଖରେ ସଂଖ୍ୟାବଳ ନ ଥାଏ ସିଏ ବିଭିନ୍ନ ଭୟ ଦେଖାଇବା, ଧମକ ଦେବା, ଗୁଜବ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥାଏ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କେସିଙ୍ଗା ବ୍ଲକର ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ବେଳେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିଲ୍‌ କରିବା ସମୟରେ ବ୍ଲକ ପ୍ରଶାସନ ହଇରାଣ ହରକତ କରୁଥିବା, ବ୍ଲକ ଅଧ୍ୟକ୍ଷ ସମିତି ବୈଠକ ଠିକ୍‌ ସମୟରେ ଡାକୁ ନ ଥିବା ଭଳି ଅନେକ ଅଭିଯୋଗ ବାରମ୍ବାର ଆସୁଛି। ସେପଟେ ଅନାସ୍ଥା ସପକ୍ଷରେ ୪୦ଜଣ ଥିବା ସରପଞ୍ଚ ଓ ସମିତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିରୋଧୀଙ୍କ ପାଖରେ ମାତ୍ର ୧୩ ଜଣଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି।  ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୩୭ ଜଣ ସମିତିସଭ୍ୟା ଓ ସରପଞ୍ଚ ହେଲେ ଅଧ୍ୟକ୍ଷ ଅନାସ୍ଥାରେ ହାରୁଥିବା ବେଳେ ତାଙ୍କ ବିରୋଧରେ ୪୦ ଜଣ ଥିବା ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ପଦ୍ଧତିରେ ଏହି ଅନାସ୍ଥା ଆଣିଛୁ ବୋଲି ୪୦ ଜଣ ସରପଞ୍ଚ, ସମିତିସଭ୍ୟ ସଭ୍ୟା ଓ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି, ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ଏଡିଜି କହିଲେ…

ଭୁବନେଶ୍ୱର,୧୮ା୧୦: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେବା ବେଳେ...

ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।...

ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି...

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ...

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ...

ଭୁବନେଶ୍ୱରରେ ଏତିକି ଦିନ ଆସିବନି ପାଣି, ୱାଟକୋ କହିଲା…

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱରରେ ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ। ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ...

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri