Categories: ଜାତୀୟ

ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ, ବିରୋଧୀ ଦେଲେ ନୋଟିସ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ସଂସଦର ଉଭୟ ଗୃହ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହାପୂର୍ବରୁ ବିରୋଧୀମାନେ ରାଜ୍ୟ ସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସଭା ଅଧ୍ୟକ୍ଷଙ୍କ କାର୍ଯ୍ୟକାରିତା ଉପରେ କ୍ରୋଧିତ ବିରୋଧୀ, ଅଧ୍ୟକ୍ଷଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବରେ ବାଚସ୍ପତି ଗୃହରେ ପାର୍ଟି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିରୋଧୀ ଧାରା ୬୭(ବି) ଅନୁଯାୟୀ ଗୃହରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବରେ ପ୍ରାୟ ୭୦ବିରୋଧୀ ଏମପି ଦସ୍ତଖତ କରିଛନ୍ତି। ଯେଉଁଥିରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦି ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ବିରୋଧୀ ମଧ୍ୟ ମୌସୁମୀ ଅଧିବେଶନରେ ବାଚସ୍ପତିଙ୍କ ବିରୋଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ କୌଣସି ପଦକ୍ଷେପ ନ ନେବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ପୁଣି ଥରେ ଇଣ୍ଡିଆ ମେଣ୍ଟର ଅନେକ ନେତା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ସଦସ୍ୟମାନେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ପକ୍ଷପାତିତା ଦେଖାଇଥିବା ଅଭିଯୋଗ କରିଛନ୍ତି।

Share