କାଉନସିଲରଙ୍କ ଆଗରେ ହାର ମାନିଲା ଲୋକଙ୍କ ଜନମତ: ନିର୍ବାଚନ ସମୟକୁ ନେଇ ଭାଜପା,ବିଜେଡି କର୍ମୀ ମୁହାଁମୁହିଁ

ଭବାନୀପାଟଣା,୨୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସିରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ବିଜେଡିର ୧୦ କାଉନସିଲର ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ପ୍ରକାଶ କରିଛନ୍ତି। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଅନାସ୍ଥା ଭୋଟ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଭାଜପାର ୨ କାଉନସିଲର ଅସନ୍ତୋଷ ହୋଇ କକ୍ଷ ତ୍ୟାଗ କରିଥିଲେ। ଏପରିକି ଏହି ଘଟଣାକୁ ନେଇ ଭାଜପା ଓ ବିଜେଡି କର୍ମୀ ଏନଏସି ଅଫିସ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ମୁହାଁମୁହିଁ ହୋଇଥିଲେ। ପରେ ପୋଲିସ ପ୍ରଶାସନ୍ ର ଆୟତ୍ବ ପରେ ପରିସ୍ଥିତି ସ୍ୱଭାଭିକ ହୋଇଥିଲା। ନିର୍ବାଚନର ପରିଚାଳନା ଦାୟିତ୍ବ ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିଲ୍ଲୀପ ମହାରଣା ତୁଲାଇଥିଲେ। ରାସ୍ତାରୋକ ଯୋଗୁ ଅନ୍ୟପଟେ ବୁଲିକି ଆସିବା ଯୋଗୁ ବିଳମ୍ବ ହେଲା ବୋଲି ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ମହାରଣା ପ୍ରକାଶ କରିଥିଲେ।

ଅନ୍ୟପଟେ,ଅନାସ୍ଥା ପ୍ରସ୍ତାବରେ ଭାଜପା ନଗରପାଳ ହାରିବା ପରେ ବିଜେଡି କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ଏନଏସି ଆଗରେ ଖୁସି ଜାହିର କରିଛନ୍ତି। ପ୍ରକାଶ ଯେ,୧୨ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି । ଭାଜପାର ମୁକେଶ ଅଗ୍ରୱାଲ ଏଠାରେ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ । ନଗରପାଳ ଅଗ୍ରୱାଲଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଗତ ଜୁଲାଇ ୧୬ ତାରିଖରେ ଜିଲାପାଳଙ୍କୁ ଭେଟି ନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବିଜେଡି କାଉନସିଲ । ପ୍ରଥମେ ଅଗଷ୍ଟ ୧ ତାରିଖରେ ଅନାସ୍ଥା ଭୋଟ କରିବାକୁ ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଉକ୍ତ ଦିନ ୧୧ଟା ବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଏନଏସିକୁ ଆସି ପାରିନଥିଲେ।। ପରେ ଅଗଷ୍ଟ ୯ ତାରିଖରେ ଅନାସ୍ଥା ଭୋଟ ହେବାକୁ ଧାର୍ଯ୍ଯ ହୋଇଥିଲେ ମଧ୍ଯ ଉକ୍ତ ଦିନ ମଧ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ କଳାହାଣ୍ଡି ଜିଲାପାଳ ଦାୟିତ୍ବରେ ଥିବାରୁ ଏନଏସିକୁ ଆସିନଥିଲେ। ୨ ଥର ଅନାସ୍ଥା ଭୋଟ ବାତିଲ କୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ମଙ୍ଗଳବାର ୨୭ ତାରିଖରେ ଅନାସ୍ଥା ଭୋଟ କରିବାକୁ ହାଇକୋର୍ଟ ଜିଲାପାଳକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ବିଜେଡି କାଉନସିଲରମାନେ ମଧ୍ୟ ଜିଲାପାଳଙ୍କୁ ସାକ୍ଷାତ କରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ। ଯାହାଫଳରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ଅନ୍ୟପଟେ,ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ନଗରପାଳ ମୁକେଶ ଅଗ୍ରୱାଲ ଶେଷରେ ୧୦ ଜଣ କାଉନସିଲରଙ୍କ ଦ୍ୱାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଛନ୍ତି। କାଉନସିଲରଙ୍କ ଆଗରେ ଲୋକଙ୍କ ଜନମତ ହାରିମାନିଥିବା ସାଧାରଣ ରେ ଏବେ ଚର୍ଚ୍ଚା ହେଉଛି। ଗତ ୧୨ ତାରିଖ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ମଧ୍ୟ ସ୍ଥାନୀୟ ସମସ୍ତ କାଉନସିଲରଙ୍କ ଦ୍ଵାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri