Categories: ଜାତୀୟ

ମୋଦିଙ୍କ ଲୋକ ସଭା ସ୍ପିଚ ପୂର୍ବରୁ ଭାଜପା ସେୟାର କଲା ପୁରୁଣା ଭିଡିଓ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବର ଜବାବ ଦେବା ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏକ ପୁରୁଣା ଭିଡିଓ ସେୟାର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକ ସଭାରେ ପୁରୁଣା ଭାଷଣ ଦେଖାଯାଇଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ କାହାକୁ ଛାଡିବି ନାହିଁ, ସମସ୍ତଙ୍କୁ ସମ୍ମାନ ଦିଆଯିବ।
ଭାଜପାର ଏହି ଭିଡିଓର ଜବାବରେ କଂଗ୍ରେସ ମଧ୍ୟ ପ୍ରତଉତ୍ତର ଦେଇଛି। ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭିଡିଓ ସେୟାର କରି କଂଗ୍ରେସ ଲେଖିଛି, ଦୀର୍ଘ ସମୟ ଧରି ରେକର୍ଡ ରଖିଥିବା ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୃହରେ ପକାଇବାକୁ ଯାଉଛନ୍ତି।
ବିରୋଧୀଦଳଙ୍କ ଦ୍ୱାରା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକ ସଭାରେ ଆଲୋଚନା ଚାଲିଛି। ଗୁରୁବାର ସାରେ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଲୋକ ସଭାରେ କଂଗ୍ରେସ ଏମପି ଗୌରବ ଗୋଗୋଇ ଏହି ପ୍ରସ୍ତାବ ଆଣିଛନ୍ତି।

Share