Categories: ଜାତୀୟ

ବିରୋଧୀଙ୍କୁ ଜବାବ ଦେବେ ମୋଦି

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଛି। ଆଜି ଅର୍ଥାତ ଗୁରୁବାର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଜବାବ ଦେବେ। ଦିନ ୩ଟାରୁ ୪ଟା ମଧ୍ୟରେ ମୋଦି ଗୃହରେ ନିଜର ମତ ରଖିବେ।

ଗତ ଦୁଇ ଦିନ ମଧ୍ୟରେ, ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ବେଳେ ମଣିପୁର ପ୍ରସଙ୍ଗରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଛି। ମଣିପୁରରେ ଏକ ଗଭୀର ବିଭାଜନ ସୃଷ୍ଟି କରିଥିବା ଅଭିଯୋଗ କରି ବିରୋଧୀ ଦଳ ଭାଜପା ଉପରେ ଆକ୍ରମଣ କରିଛି। ବିରୋଧୀଦଳର ଏହି ଅଭିଯୋଗ ଉପରେ ଗୁରୁବାର ପିଏମ ମୋଦି ଜବାବ ଦେବେ।
ଏହାପୂର୍ବରୁ ବୁଧବାର ଆଲୋଚନା ବେଳେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମଣିପୁର ଯିବେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇ ନାହାଁନ୍ତି କାରଣ ସେ ଏହାକୁ ଭାରତର ଏକ ଅଂଶ ବୋଲି ଭାବନ୍ତି ନାହିଁ। ଆପଣ (ଭାଜପା) ମଣିପୁରକୁ ବିଭକ୍ତ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୁରୁବାର ଗୃହରେ ଉପସ୍ଥିତ ରହିବେ। ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ବିବୃତ୍ତି ଜାରି ରହିଛି।

Share